September 22, 2026

ସୋର୍ଡ ପକ୍ଷରୁ ବୃକ୍ଷରୋପଣ ସହିତ ଦହିସର୍ବତ ବଣ୍ଟନ

IMG-20260609-WA0005
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଧରଣୀକୁଦି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଘଲାଞ୍ଜି ଗ୍ରାମରେ ସୋସିଆଲ ଅର୍ଗନାଇଜେସନ ଫର ରିଉରାଲ ଡେଭଲପମେଣ୍ଟ ( ସୋର୍ଡ )ର ସଭାପତି ପ୍ରସାଦ ବେହେରାଙ୍କ ସଭାପତିତ୍ୱ ରେ ବାଘଲାଞ୍ଜି ଗ୍ରାମରେ ବାଟୋଇ ମାନଙ୍କୁ ପ୍ରବଳ ଗ୍ରୀଷ୍ମପ୍ରବାହରେ ଦହିସର୍ବତ ବାଣ୍ଟିବା ସହିତ ରାସ୍ତା କଡରେ କଇଁଆ, ପଣସ, ଆମ୍ବ ଏବଂ ବରଗଛ ର ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତିଙ୍କ ସହିତ ସମ୍ପାଦକ ବାପିନା ବେହେରା, ଶିକ୍ଷାବିତ ବିଚିତ୍ରାନନ୍ଦ ବେହେରା, ମାନସ ବେହେରା, ବିଜୟ ବେହେରା, ବିନୋଦ ବେହେରା, ଗୋପବନ୍ଧୁ ବେହେରା, ସତ୍ୟପ୍ରିୟ ବେହେରାଙ୍କ ସହିତ ଗ୍ରାମର ଯୁବକ ଏବଂ ମହିଳାମାନେ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed