ସୁରଜମଲ୍ଲ ଶାହା ମହାବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ସେବା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପୁରୀ ର ସାମାଜିକ ଅନୁଷ୍ଠାନ ସଂପର୍କ ପକ୍ଷରୁ ସୁରଜମଲ୍ଲ ଶାହା ମହାବିଦ୍ୟାଳୟ, ପୁରୀ ଠାରେ ଚାରି ଦିନିଆ ଗ୍ରୀଷ୍ମକାଳୀନ ସେବା ପ୍ରଶିକ୍ଷଣ ଶିବିର–୨୦୨୬ ଆରମ୍ଭ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ, ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ସଚେତନତା ଏବଂ ସେବା ମନୋଭାବ ବିକାଶ ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଛି।
କାର୍ଯ୍ୟକ୍ରମରେ ,ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ୀଙ୍କୁ ସମାଜ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବା ସହ ବିପର୍ଯ୍ୟୟ ସମୟରେ ସ୍ୱେଚ୍ଛାସେବୀ ଭାବେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଖାଦ୍ୟ ଓ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଏବଂ ପୁରୀ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓଡ଼ିଶା ରାଜ୍ୟ ବିପର୍ଜୟ ପରିଚାଳନା କର୍ତ୍ତୃପକ୍ଷ ସୁକାନ୍ତ ଦାଶ ,ଓସଡମା ର ପ୍ରଶିକ୍ଷକ ତନ୍ମୟ ଚାଟାର୍ଜୀ ଯୋଗଦେଇ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ସାମାଜିକ ସଚେତନତା ଓ ନାଗରିକ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ସୁରଜମଲ୍ଲ ଶାହା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ବେହେରା ଅଧ୍ୟକ୍ଷତା କରି ସମସ୍ତ ଅତିଥି ଓ ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାଗତ ଜଣାଇଥିଲେ। ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।ଅଧ୍ୟାପକ ନଳିନୀକାନ୍ତ ପଟ୍ଟନାୟକ, ଅଜିତ୍ କୁମାର ଦଳାଇ,ତାପସ ସାର୍, ରିତେଶ ମହାନ୍ତି ଉପସ୍ଥିତ ରହିଥିଲେ।
ଏହି ଅବସରରେ ଶୁଭ୍ର ସ୍ୱରୂପ ମହାପାତ୍ରଏବଂ ଶୁଭ ପ୍ରସାଦ ଶର୍ମା,ସ୍ପନ୍ଦନ ଅଭିଜିତ୍ ପ୍ରିୟଦର୍ଶୀ,ଶୁଭମ୍ ଦାସ, ରାଜେଶ୍, ଶୁଭସ୍ମିତା,ମୃତ୍ୟୁଞ୍ଜୟ,ଅଙ୍କୁଶ,ଅରୁଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଗ୍ରୀଷ୍ମକାଳୀନ ସେବା ପ୍ରଶିକ୍ଷଣ ଦିର୍ଘ୍ ୩୫ ଦିନ ଶିବିରରେ ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ମକ୍ ଡ୍ରିଲ୍, ଉଦ୍ଧାର ଓ ରିଲିଫ୍ ପ୍ରସ୍ତୁତି ସହ ବିଭିନ୍ନ ସାମାଜିକ ସଚେତନତାମୂଳକ ବିଷୟ ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷା ଓ ସଂପର୍କ ର ସମ୍ପାଦକ ସୂଚନା ଦେଇଥିଲେ।।ସଚେତନ ଛାତ୍ର ସୁରକ୍ଷିତ ସମାଜ ବାର୍ତ୍ତାକୁ ନେଇ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
