June 10, 2026

ଡ୍ରେନ ନିର୍ମାଣରେ ବାଧକ ସାଜୁଛି କୁଟରାଜନୀତି..

IMG-20260609-WA0012
Share

  ପାରଳାଖେମୁଣ୍ଡି – ପାରଳାଖେମୁଣ୍ଡି ମୁଖ୍ୟରାସ୍ତାର ଶ୍ରୀକୃଷ୍ଣ ସିନେମା ହଲ ସମ୍ମୁଖ ରେ ଥିବା ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏହା ନିକଟରେ ଥିବା ପୁରାତନ ଏକ ଡ୍ରେନର ଦୂଷିତ ପାଣି ପଟନାୟକ ବନ୍ଧ ଭିତରେ ପଶି ପୋଖରୀର ପାଣି ଦୂଷିତ ହେଉଥିଲା, ସ୍ଥାନୀୟ ଲୋକ ବିରୋଧ କରି ବିଧାୟକ ରୂପେସ ପାଣିଗ୍ରାହୀ ଙ୍କୁ ଲିଖିତ ଭାବେ ଅଭିଯୋଗ କରି ଏହି ଡ୍ରେନ ଟି ବନ୍ଧ ଭିତରକୁ ନଦେଇ ଗୁମ୍ମା ନାଳ କୁ ସଂଯୋଗ କରିବା ପାଇଁ ନିବେଦନ କରିଥିଲେ। ବିଧାୟକ ତୁରନ୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଭିଷେକ ସେଠିଙ୍କୁ ସମସ୍ୟା ସମ୍ପର୍କରେ ଆଲୋଚନା କରି ତୁରନ୍ତ ଏହି ଡ୍ରେନ ଟି ଗୁମ୍ମା ନାଳ କୁ ସଂଯୋଗ କରିବା ସହ ଉଚ୍ଚ ଧରଣ ର ଡ୍ରେନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା କିଛି ଦିନ ପୂର୍ବେ କିଛି ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ ରେ ପ୍ରସାରଣ ମଧ୍ୟ ହୋଇଥିଲା । ଏହା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା କୁଟ ରାଜନୀତି। ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଡ୍ରେନ କାର୍ଯ୍ୟ କୁ ବନ୍ଦ କରିବା ସହ ସହରର ଉନ୍ନତି କରଣରେ ବାଧା ସୃଷ୍ଟି ହୋଇଛି l ନିଜେ ଶାସାକ ଦଳର କିଛି ମୁଷ୍ଟିମୟ ଲୋକ ମଧ୍ୟ ଏହାର ବିରୋଧ କରୁଥିବା ଦେଖିବାକୁ ମିଳୁଛି।