ଉମରକୋଟ ଠାରେ ୪ ଦଫା ଦାବିରେ ବିଦ୍ୟୁତ୍ ଅଫିସ୍ ଆଗରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ…………

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବିରୋଧୀ ଦଳ ବିଜେଡି ୪ ଟି ଦଫା ଦାବି ପୂରଣ କରିବା ପାଇଁ ଉମରକୋଟ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି।ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝୀଙ୍କ ନେତୃତ୍ବ ରେ ଏକ ବିରାଟ ରାଲି ନୂଆ ବସ୍ ଷ୍ଟାଣ୍ଡ ଠାରୁ ବାହାରି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଡିର୍ଘ୍ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ ମାନ ପ୍ରଦାନ କରିଥିଲେ। ଏପରିକି ବିଜେଡି କର୍ମୀ ମାନେ ବନ୍ଦ ଥିବା ବିଦ୍ୟୁତ୍ ବିଭାଗର କାର୍ଯ୍ୟଳୟ ଫାଟକକୁ ଡେଇ କି ଭିତରକୁ ଯିବା ପାଇଁ ଉଦ୍ୟମ କରିଥିଲେ। ପରେ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଦାବି ପତ୍ରରେ ଦିର୍ଘ ଦିନ ହେଲାଣି ଉମରକୋଟ ଓ ଏହାର ଆଖ ପାଖ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା, ବିଜେପି ନିର୍ବାଚନ ସମୟରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଶିଘ୍ର କାର୍ଯ୍ୟକାରୀ କରିବା, ଅତ୍ୟ।ଧିକ ବିଜୁଳି ଦର ବୃଦ୍ଧି ପାଉଥିବା ଓ ଉମରକୋଟ ପୌର ପରିଷଦରେ ବାରମ୍ୱାର ଦୁର୍ଘଟଣା ପରେ ମଧ୍ୟ ଶୋଚନୀୟ ଅବସ୍ଥାରେ ତଳେ ଝୁଲି ପଡ଼ି ଥିବା ବିଦ୍ୟୁତ୍ ତାରକୁ ବଦଳ। ଯିବା ଗୁଡ଼ିକ ଉଲ୍ଲେଖ ରହିଥିଲା। ଦାବି ପତ୍ର ପାଇବା ପରେ ବିଭାଗୀୟ ସହକାରୀ ଯନ୍ତ୍ରୀ ୭ ଦିନ ମଧ୍ୟରେ ବାରମ୍ବାର ବିଦ୍ୟୁତ କାଟକୁ ଯେମିତି ନ ହେବ ସେଥି ପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ, ଉପଯୁକ୍ତ ଭୋଲ୍ଟେଜ ବଜାୟ ରଖାଯିବ ଓ ଝୁଲିକି ଥିବା ତାରକୁ ବାହାର କରି ନୂଆ ତାର ଲଗାଯିବ। କାର୍ଯ୍ୟ ଆଜି ଠାରୁ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାଝୀଙ୍କ ବ୍ୟତୀତ ନବରଙ୍ଗପୁର ଜିଲ୍ଲାର ବିଜେଡି ସଭାପତି ମନୋହର ରନ୍ଦ।ରି, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ଗଣ୍ଡ, ଉମରକୋଟ ବ୍ଲକ୍ ଅଧ୍ୟକ୍ଷ। ସୁଶୀଳା ମାଝୀ, ରାଇଘର ବ୍ଲକ୍ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝ।ଙ୍କର, ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ। ରାଧା ଭତ୍ରା, ପୂର୍ବତନ ନଗରପାଳ ଝ।ଡେଶ୍ଵର ମହାନ୍ତି, ରାଇଘର ବ୍ଲକ ପୂର୍ବତନ ଅଧକ୍ଷ। ନବୀନ। ନାୟକ,ଉମରକୋଟ ଟାଉନ ସଭାପତି ଚନ୍ଦନ କୁମାର ବେହେରା, କାଉନସିଲର ତପନ କୁମାର ଦେବନାଥ ଭିକି ନାୟକ, ଗୋପାଳ ପଟ୍ଟନାୟକ, ଛନ୍ଦ। ଜେନାଙ୍କ ସମେତ ଦଳୀୟ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ।
