June 10, 2026

୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଏ.ପି.ଓ

IMG-20260609-WA0004
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଗତ କିଛି ମାସ ମଧ୍ୟରେ ଭବାନୀପାଟଣା ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡି ଆସୁଥିବା ବେଳେ, ସେହି କ୍ରମରେ ଆଉ ଜଣେ ସରକାରୀ ମହିଳା ଅଧିକାରୀ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଘଟଣା ଅନୁଯାୟୀ ଭବାନୀପାଟଣା ସ୍ଥିତ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଫିସର ପ୍ରିୟଙ୍କା ଜେନା ଏକ ପୋଖରୀ କାର୍ଯ୍ୟ ଶେଷ ହେବା ପରେ ଜୈନେକ ହିତାଧିକାରିଙ୍କୁ ବିଲ ପାସ କରାଇ ଦେବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ହିତାଧିକାରିଙ୍କୁ ଧମକ ମଧ୍ୟ ଦେଇଥିଲେ ଯେ ଟଙ୍କା ନ ଦେଲେ ବିଲ ପାସ କରାଇବେ ନାହିଁ। ଏନେଇ ଉକ୍ତ ହିତାଧିକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।ଏହା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଵିଧିବଦ୍ଧ ଭାବରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ଅନୁଯାୟୀ ହିତାଧିକାରୀ ଜଣକ ଦିବା ଦ୍ବିପ୍ରହରରେ ଭବାନୀପାଟଣା ସ୍ଥିତ ଇରିଗେସନ କଲୋନୀ ଛକ ଠାରେ ଏ.ପି.ଓ. ପ୍ରିୟଙ୍କା ଜେନାଙ୍କୁ ୩୫ ହଜାର ଟଙ୍କା ଦେଇଥିଲେ ଏବଂ ପ୍ରିୟଙ୍କା ଜେନା ଟଙ୍କା ତକ ତରବର ହୋଇ ଗ୍ରହଣ କରୁଥିବା ସମୟରେ ନିକଟରେ ଥିବା ଭିଜିଲାନ୍ସ ଟିମ ସିଧାସଳଖ ଏ.ପି.ଓ.ଙ୍କୁ କାବୁ କରି ଟଙ୍କା ଗୁଡିକ ଜବତ କରିବା ସହ ଜେରା ଆରମ୍ଭ କରି ଦେଇ ଥିଲେ ଏବଂ ଏହି ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ସେ ନେଇ ବର୍ତ୍ତମାନ ଭିଜିଲାନ୍ସ ତରଫରୁ ଏ.ପି.ଓ.ଙ୍କ କାର୍ଯ୍ୟାଳୟ ସହ ରହୁଥିବା ଘରେ ତଥା ବିଭିନ୍ନ ସମ୍ଭାବ୍ୟ ସ୍ଥାନ ମାନଙ୍କରେ ଯାଞ୍ଚ ଆରମ୍ଭ କରିଦେଇଛି ଭିଜିଲାନ୍ସ ବିଭାଗ।