April 24, 2026

ସଂଜୀବ ଙ୍କ ନେତୃତ୍ୱ ରେ ଶତାଧିକ ଯୁବକ ଓ ମହିଳା ବିଜୁ ଜନତା ଦଳ ରେ ଯୋଗଦାନ…..

071ccc12-de54-4758-9ab8-350628e9ca49
Share

ଉମେରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଚଳିତ ସାଧାରଣ ନିର୍ବାଚନ ଆଗକୁ ଥିବା ବେଳେ ସବୁ ରାଜନୈତିକ ଦଳ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣପଦେ ଲାଗି ପଡିଛନ୍ତି l ଉମେରକୋଟ ନିର୍ବାଚନ ମଣ୍ଡଳୀ ରେ ନବୀନା ନାୟକ ଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ପର ଠାରୁ ଯୁବକ ଓ ମହିଳା ଗୋଷ୍ଠୀ ମଧ୍ୟ ରେ ଖୁସି ର ଲହରୀ ଖେଳି ଯାଇଛି ତଥା ନବୀନ ପଟ୍ଟନାୟକ ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବର୍ଷିୟାନ ଯୁବ ନେତା ସଂଜୀବ ସୁବୁଦ୍ଧି ଙ୍କ ନେତୃତ୍ୱ ରେ ସେମଳା ପଂଚାୟତ ର ଶତାଧିକ ମହିଳା ଓ ଯୁବକ ମାନେ ବିଧି ବଦ୍ଧ ଭାବେ ବିଜୁ ଜନତା ଦଳ ରେ ଯୋଗଦାନ କରି ନବୀନା ନାୟକ ଙ୍କୁ ବିଜୟ କରିବାର ପ୍ରତିଶୃତି ଦେଇଛନ୍ତି ତଥା ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ବନେଇବା ର ସ୍ବପ୍ନ କୁ ସାକାର କରିବେ ବୋଲି ଦମ୍ଭୋକ୍ତି ଭରିଛନ୍ତି l ଉକ୍ତ ମିଶ୍ରଣ ପର୍ବରେ ବିଧାୟକ ପ୍ରାର୍ଥୀନୀ ନବୀନା ନାୟକ,ମନୋଜ ଧଳ,ସରପଞ୍ଚ ଲକ୍ଷଣ ବଜରା, ସମିତି ସଭ୍ୟ ତେଜପାଳ ଜିତେନ୍ଦ୍ର ଜେନା, ସୁମିତ ଦଳେଇ ପ୍ରମୁଖ ଉପସ୍ଥିତ ରହି ନବୀନ ସରକାର ଙ୍କୁ ବହୁମୁଖୀ ଯୋଜନା ସମ୍ପର୍କ ରେ ଅଂଚଳ ବାସୀଙ୍କୁ ଅବଗତ କରାଇଥିଲେ l

You may have missed