May 20, 2024

ମୁଖ୍ୟମନ୍ତ୍ରୀ ଗସ୍ତକୁ ଆସିକା ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

Share

ଆସିକା ୦୮/୦୫ -ଆସନ୍ତା କାଲି ଗଞ୍ଜାମ ଜିଲ୍ଲା ଆସିକା ଗସ୍ତରେ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଆସିକା ବିଜ୍ଞାନ ମହାବିଦ୍ୟାଳୟ ନିକଟସ୍ଥ ଖେଳପଡିଆ ଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗଦେବା ସହ ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଓ ବିଧାୟିକା ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁଙ୍କ ପାଇଁ ପ୍ରଚାର କରିବେ l ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆସିକା ଗସ୍ତକୁ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି l ମୁଖ୍ୟମନ୍ତ୍ରୀଙ୍କ ଆସିକା ଗସ୍ତକୁ ନେଇ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ପରିଲକ୍ଷିତ ହୋଇଛି l ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ କଡାକଡି କରାଯାଇଛି l ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନେତୃତ୍ୱରେ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକାରୀ,୫ ଜଣ ଉପଖଣ୍ଡ ପୋଲିସ ଅଧିକାରୀ,୧୨ ଜଣ ଇନ୍ସପେକ୍ଟର ୫୦ ରୁ ଉର୍ଦ୍ଧ ଏସ ଆଇ ଓ ଏ ଏସ ଆଇ ଙ୍କ ସହିତ ୧୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି l

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed