April 23, 2026

ଆଜାଦ ହିନ୍ଦ ବାହିନୀର ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ 

IMG-20260409-WA0052
Share

 

ଭୁବନେଶ୍ୱର (09.04.2026): ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଏପ୍ରିଲ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ କର୍ମଶାଳା ଆଜି ପୂର୍ବାହ୍ନରେ ନେତାଜୀ ଭବନ ପରିସରରେ ଉଦଘାଟିତ ହୋଇଯାଇଛି। ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାକୁ ଶ୍ରମଜୀବି ମଣିଷର ପ୍ରତିନିଧି ବିଜୟ ସାହୁ ନେତାଜୀଙ୍କ ଫଟୋ ଚିତ୍ର ସଂମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବରେ ସମଦୃଷ୍ଟି ପତ୍ରିକାର ସମ୍ପାଦକ ବିଘ୍ନେଶ୍ୱର ସାହୁ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ସମାଜସେବୀ ହରିହର ସେନ, ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗଦେଇ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଭାରତ ବର୍ଷର ସାଧାରଣ ଜନତା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ l ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ଜନଗଣଙ୍କ ମୌଳିକ ଆବଶ୍ୟକତା ପୂରଣ କରିଵା ଦିଗରେ ସରକାର ମାନେ ବିଫଳ ହୋଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଯୋଗାଇ ଦେବାରେ ସରକାରୀ ବିଫଳତା ଚରମ ସୀମାରେ ପହଂଚିଛି ।ଦଳିତ, ପଛୁଆବର୍ଗ ଓ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଦେଶର ପ୍ରାକୃତିକ ସଂପଦକୁ ଶାଗ ମାଛ ଦରରେ କର୍ପୋରେଟ ସଂସ୍ଥାମାନଙ୍କୁ ବିକ୍ରି କରାଚାଲିଛି। ଜନ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ସେଗୁଡିକ ସମାଧାନ ଦିଗରେ ସରକାରୀ କଳର ନିଦ୍ଧା ନାହିଁ l ଏଭଳି ସ୍ଥଳେ ଆଜାଦ ହିନ୍ଦ ବାହିନୀର ସାଥିମାନେ ଜଣେ ସଚ୍ଚା ଦେଶପ୍ରେମୀ ଭାବରେ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସଂଗ୍ରାମ ଲଢ଼ିବାକୁ ଆଜାଦ ହିନ୍ଦ ବାହିନୀ ସାଥିମାନଙ୍କୁ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜାଦ ହିନ୍ଦ ବାହିନୀର ରାଜ୍ୟ ସଂଯୋଜିକା ଲଷ୍ମୀ ଦୋରା, ଦିଶା ଆଜାଦ, ରିଙ୍କି ସାହୁ, ପାୟଲ ଗୁପ୍ତା, ଆଚଲ ପ୍ରିୟା, ଦୀପକ ପ୍ରଜାପତି, ଈଶ୍ୱର ଖିଲ, ଖୋଜନ୍ତି କାଣ୍ଡକି, ରାଜୁ ମାଡକାମୀ, ବିକ୍ରମ କାଣ୍ଡି, ଶ୍ରୀନୁ ମାଢି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

You may have missed