April 23, 2026

କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

IMG-20260409-WA0051
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ସ୍ବେଛା କୃତ ରକ୍ତ ଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି. ଏହି ଶିବିର ରେ ମୋଟ 53ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱଜିତ ମଲିକ ସୂଚନା ପ୍ରଦାନ କରିଛନ୍ତି.ସ୍ଥାନୀୟ ବିଧାୟକ ରୁପୁ ଭତରା. ସାଂସଦ ପ୍ରତିନିଧି ରାମେଶ୍ୱର ଜେନା.ଓଡିଶା ରାଜ୍ୟ ସାମ୍ବାଦିକ ସଂଘ ସମ୍ପାଦକ ଶ୍ରୀ ହରିଶ କୁମାର ପଟ୍ଟନାୟକ. ଫୋର୍ମାସିଷ୍ଟ ଶ୍ରୀ ସୂର୍ଯ୍ୟ କାନ୍ତ ପାଢ଼ୀ. ପୌରାଧକ୍ଷ ଏମ ସଙ୍କର ରାଓ ନାଇଡୁ ଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଡାକ୍ତର. ଜୟପୁର ରକ୍ତ ଭଣ୍ଡାର କର୍ମଚାରୀ ଏବଂ କାଉନ ସିଲର ମାନେ ଉପସ୍ଥିତ ଥିବା ବେଳେ. ଦୁର୍ଗା ଖୁଣ୍ଟିଆ. ବାବୁନୁ ସ୍ୱାଇଁ. ଅଶୋକ ପଟ୍ଟନାୟକ ଉକ୍ତ ଶିବିର କୁ ପରିଚାଳନା କରିଥିବାର ଜଣା ଯାଇଛି. ସେହିପରି କୋଟପାଡ଼ ମହାବିଦ୍ୟାଳୟ ଠାରେ ମଧ୍ୟ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ପ୍ରିନସିପାଲ ଶ୍ରୀ ଶେଷାନନ୍ଦ ମିଶ୍ର ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ମୋଟ 25ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାଯାଇଛି I. କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed