April 27, 2026

ହୁମ୍ମା ପଞ୍ଚୁଦୋଳ ଯାତ୍ରା ଆରମ୍ଭ :୧୩ ଠାକୁରଙ୍କ ମହାମିଳନ ଓ ହରିହର ଭେଟ

IMG-20260309-WA0043
Share

 

 

ହୁମ୍ମା (୦୯/୦୩): ଗଞ୍ଜାମ ବ୍ଳକ ଅନ୍ତର୍ଗତ ପଞ୍ଚୁଦୋଳ ଯାତ୍ରାରେ ୧୩ଟି ଠାକୁରଙ୍କ ମହାମିଳନ ଏବଂ ହରିହର ଭେଟ ହୋଇଛି । ଯାହାକୁ ନେଇ ୧୬ ନଂ ଜାତୀୟ ରାଜପଥ ଉତ୍ସବମୁଖର ହୋଇଉଠିଥିଲା । ଯାତ୍ରା ଅବସରରେ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗ୍ରାମର ମହାଦେବ ଶ୍ରୀଶ୍ରୀ ଚନ୍ଦ୍ରଶେଖର ସ୍ଵାମୀ ଖଟୁଆକୁଦା ଗ୍ରାମର ଶ୍ରୀ ଶ୍ରୀ ରାଜ ଗୋପାଳ ସ୍ଵାମୀ, ହୁମ୍ମା ବଡ଼ ସାହିର ଶ୍ରୀ ମଦନମୋହନ ସ୍ଵାମୀ, ହୁମ୍ମା ବଡ଼ ସାହି (ପାଣିଗ୍ରାହୀ) ଶ୍ରୀ ଗୌରୀ ଗଦାଧର ସ୍ଵାମୀ, ମଲାଡ଼ ପଞ୍ଚାୟତ ଲୁଙ୍ଗୁରୀ ଗ୍ରାମର ଶ୍ରୀ ରାଧାକୃଷ୍ଣ ସ୍ଵାମୀ, କାଇଁଚପୁର ପଞ୍ଚାୟତ ଝାଡ଼କୁଦା ଗ୍ରାମର ଶ୍ରୀ ରାଧାକୃଷ୍ଣ ସ୍ୱାମୀ, ଗୋପିନାଥ ସାହି ହୁମ୍ମାର ଶ୍ରୀ ଗୋପିନାଥ ସ୍ଵାମୀ, ହୁମ୍ମା ପଞ୍ଚାୟତର କଳାଯମୁନା ଗ୍ରାମର ଶ୍ରୀ ରାଧାକୃଷ୍ଣ ସ୍ୱାମୀ, ହୁମ୍ମା ମାତା ମଠର ଗିରିଧାରୀ ସ୍ଵାମୀ, ହୁମ୍ମା ରେଡି ସାହିର ରାଧାମାଧବ ସ୍ଵାମୀ, ହୁମ୍ମା କୈବର୍ତ୍ତ ସାହିର ରାଧାକୃଷ୍ଣ ସ୍ଵାମୀ, ସୁବଳୟା ପଞ୍ଚାୟତର ବେଲପଡ଼ାର ରାଧାକୃଷ୍ଣ ସ୍ଵାମୀ ସମସ୍ତ ଠାକୁରମାନଙ୍କୁ ବିରାଟ ଶୋଭାଯାତ୍ରାରେ ଗିନି ମୃଦଙ୍ଗ, ଯୁବଗୋଷ୍ଠୀ ଦ୍ୱାରା ଙ୍କ ଆଧୁନିକ ନୃତ୍ୟ ମାଧ୍ୟମରେ ଗଡ଼ ହୁମ୍ମା ଛକରେ ପହ ପହଞ୍ଚିବା ପରେ ଗଡ଼ ହୁମ୍ମା ଗ୍ରାମର ଶ୍ରୀ ମଦନ ମୋହନ ସ୍ଵାମୀ ସମସ୍ତ ଠାକୁରମାନଙ୍କୁ ସ୍ଵାଗତ ଜଣାଇବା ପରେ ହୁମ୍ମା ହାଟ ଯାତ୍ରା ପଡ଼ିଆ ରେ ପହଞ୍ଚିଥିଲେ । ସୁସଜ୍ଜିତ ଦୋଳ ଠାକୁରମାନେ ଯାତ୍ର ପଡ଼ିଆ ରେ ପହଞ୍ଚବା ପରେ ଦୁଇଗୋଟି ରାମାୟଣ ନାଟକ ମଞ୍ଚସ୍ତ ହୋଇଥିଲା । ଠାକୁରମାନଙ୍କ ମହାମିଳନ ସମୟରେ ହଜାର ହଜାର ମହିଳା ପୁରୁଷ ଶ୍ରଦ୍ଧାଳୁ ହୁଳହୁଳି ହରିବୋଲ ଦେଇ ଠାକୁରମାନଙ୍କ ମହାମେଳନ ଅବଲୋକନ କରିଥିଲେ । ସେହିପରି ଶନିବାର ରାତ୍ରରେ ପ୍ରତ୍ୟେକ ଠାକୁର ମନ୍ଦିର ସମ୍ମୁଖରେ ରାମାୟଣ, ଭାରତଲୀଳା, ନବରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।