ଓଡିଶା ଲେଖିକା ସଂସଦ ଗଞ୍ଜାମ ଶାଖାର କବିତା ଆସର

IMG-20260309-WA0081
Share

 

 

ବ୍ରହ୍ମପୁର,୯ା୩: ଓଡିଶା ଲେଖିକା ସଂସଦ ଗଞ୍ଜାମ ଶାଖା ତରଫରୁ ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର ପରିସରରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଂସଦର ଆବାହିକା ସ୍ୱର୍ଣ୍ଣପ୍ରଭା ପାଢ଼ୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଆସରରେ ମୁଖ୍ଯ ଅତିଥି ରୂପେ ବରିଷ୍ଠ ଲେଖିକା ମାଧୁରୀ ଅଧିକାରୀ, ମୁଖ୍ଯବକ୍ତା ରୂପେ ଅମିତା ମିଶ୍ର ଦାଶ, ସମ୍ମାନିତ ଅତିଥି ରୂପେ ଗାଳ୍ପିକା ଭାଗ୍ଯଲକ୍ଷ୍ମୀ ମହାରଣା, ସମ୍ମାନିତ ବକ୍ତା ରୂପେ କବୟିତ୍ରୀ ଅଞ୍ଜଳି ଦାଶ ଯୋଗଦେଇ ସମାଜରେ ଆଜି ନାରୀ କେତେ ସୁରକ୍ଷିତ ସ୍ୱାଧୀନ ସେ ଉପରେ ମତ ରଖିଥିଲେ। କ୍ଷଣପ୍ରଭା ଶତପଥୀଙ୍କ ସଂଯୋଜନାରେ କବୟିତ୍ରୀ ଶୈଳବାଳା ପ୍ରହରାଜ, ବିଦ୍ଯୁତପ୍ରଭା ଶତପଥୀ, ସୌଦାମିନୀ ମିଶ୍ର, ସ୍ୱର୍ଣ୍ଣମୟୀ ପାଢୀ, ଜ୍ଯୋତ୍ସ୍ନା ପାଣି, କୁସୁମ କୁମାରୀ ପଣ୍ଡା, ପଦ୍ମିନୀ ମିଶ୍ର, ଲକ୍ଷ୍ମୀଆମ୍ମା ନନ୍ଦାଡା, ନୀହାରିକା ସାହୁ, ଜ୍ଯୋତ୍ସ୍ନାରାଣୀ ଦେବୀ, ଡ. ସୂଚନା ପାଢୀ, ମଧୁଛନ୍ଦା ପାଢୀଙ୍କ ସମେତ ବହୁ ଲେଖିକା ସ୍ୱରଚିତ କବିତା ପାଠ କରିଥିଲେ। ସୁଚେତା ପାଣିଗ୍ରାହୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସୁଧାଞ୍ଜଳି ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ।