ଗୋପ ଓ ନିମାପଡା ର ପ୍ରମୁଖ ଶୈବ ପୀଠ ଦର୍ଶନ କଲେ ଯୁବନେତା ଜିତୁ ମହାନ୍ତି …
ଆଜି ପବିତ୍ର ମହାଶିବ ରାତ୍ରୀ ଅବସରରେ ସମଗ୍ର ଶୈବ ପୀଠ ଗୁଡିକ ଚଳଚଞ୍ଚଳ ସହିତ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା l ନିମାପଡା ନିର୍ବାଚନ ମଣ୍ଡଳୀ ର ଅନ୍ତର୍ଗତ ଏକାଧିକ ଶୈବ ପୀଠ ଦର୍ଶନ କରିଥିଲେ ଗୋପ ର ବରିଷ୍ଠ ଯୁବନେତା ତଥା ସମସଜାସେବୀ ଜିତୁ ମହାନ୍ତି l ତାଙ୍କର ଶତାଧିକ ସମର୍ଥକ ଙ୍କ ସହିତ ବିଭିର୍ନ୍ନ ଶୈବ ପୀଠ ଦର୍ଶନ କରି ଜଗତର ମଙ୍ଗଳ କାମନା କରିବା ସହିତ ନିଜ ପାଇଁ ଆଶିଷ ଭିକ୍ଷା କରିଥିଲେ l ପ୍ରଥମେ ନିମାପଡା ବ୍ଲକ ର ବର୍କେଶ୍ୱର ମନ୍ଦିର ବଳଙ୍ଗା, କୁଛୁପୁର ପଞ୍ଚାୟତ, ଚକ୍ରକୁଦ ଗାଁ, ଲୋକନାଥ ମନ୍ଦିର, ଗୋଡ଼ିମାଳର ସାଡ଼େଶ୍ୱର ମନ୍ଦିରରେ ମହାଦେବଙ୍କ । ନିମାପଡା ଉଛୁପୁର ପଞ୍ଚାୟତ, ଚକ୍ରକୁଦ ଗାଁ, ଲୋକନାଥ ମନ୍ଦିର ଦର୍ଶନ l
ନିମାପଡ଼ା ବ୍ଲକ, କୁଆଁସ, ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ନିମାପଡ଼ା ଗରତୁରୀୟ ସ୍ଥିତ ବାଲି କପଳେଶ୍ୱର ମନ୍ଦିରରେ ମହା ଦେବଙ୍କ ଦର୍ଶନ l ଧବଳେଶ୍ୱର ମହାଦେବ, ନିମାପଡା ଦିଘାଳ , ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ଙ୍କ ଦର୍ଶନ କରିଥିଲେ l ଠିକ ସେହିପରି ଗୋପ ବ୍ଲକ କୁସୁପୁର , ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର,ଗୋପ ଶ୍ରୀଶ୍ରୀ ଅଖଣ୍ଡଳେଶ୍ୱର ମନ୍ଦିର, ବେଗୁନିଆ ର ଦକ୍ଷିଣେଶ୍ୱର ମନ୍ଦିର, ନାଗପୁର ଶିବ ମନ୍ଦିର, ଦିହୁଡା ବାବା ନୀଳକଣ୍ଠେଶ୍ଵର ମନ୍ଦିର,ଶ୍ରୀ ଶ୍ରୀ ବାବା ବାଙ୍କେଶ୍ୱର ମହାଦେବ, ବଣିଆ ସାହି, ଶ୍ରୀ ଶ୍ରୀ ବାବା ମଞ୍ଚନାଥେଶ୍ୱର, ଗଣେଶ୍ୱରପୁର ଆଦି ଅନେକ ଶୈବ ପୀଠ ଦର୍ଶନ କରଥିଲେ l ସମସ୍ତ ଶୈବ ପୀଠ ର କର୍ମକର୍ତ୍ତା ଓ ପଞ୍ଚାୟବାସୀ ଙ୍କ ପକ୍ଷରୁ ଜିତୁ ମହାନ୍ତି ଓ ତାଙ୍କ ସମର୍ଥକ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଆଗାମୀ ଦିନରେ ଯେଉଁ ସବୁ ଶୈବ ପୀଠ ରେ ସମସ୍ୟା ରହିଛି ତାର ସମାଧାନ କରିବେ ବୋଲି ଉପସ୍ଥିତ ସେବାୟତ ଙ୍କୁ ପ୍ରତିଶୃତି ଦେଇଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)