April 29, 2026

ଗଞ୍ଜେଇ ବେପାରୀଙ୍କୁ ଗୋଡେଇ ଗୋଡେଇ ଧରିଲେ କୁଜଙ୍ଗ ପୋଲିସ

IMG-20260209-WA0077
Share

 

 

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ନିଶା ବେପାରୀଙ୍କ କାରବାର ଚାଲି ଥିବା ବେଳେ, କୁଜଙ୍ଗ ପୋଲିସ ଙ୍କୁ ମିଳିଛି ବଡ ସଫଳତା l ଜନୈକ ଚୋରା ନିଶା ବେପାରୀ ଙ୍କ ଠାରୁ ଜବତ ହୋଇଛି ୩ କିଲୋ ୭୬୦ ଗ୍ରାମ ଓଜନର ଗଞ୍ଜେଇ l ଖବର ଅନୁସାରେ ତା ୦୯/୦୨/୨୦୨୬ ରିଖ ସକାଳ ୯ ଟା ସମୟରେ ଏସ.ଆଇ. ଅଜୟ ଅର୍ଜୁନ ଙ୍କ ସୂଚନା ମୁତାବକ କୁଜଙ୍ଗ ପୋଲିସ ଷ୍ଟାଫ, ୫୯ ବର୍ଷୀୟ ସଞ୍ଜୟ ମହାପାତ୍ର, ପିତା – ସ୍ବର୍ଗତଃ ଗୁରୁଚରଣ ମହାପାତ୍ର ନାମକ ଜଣେ ଗଞ୍ଜେଇ ବେପାରୀକୁ କାବୁ କରି ନେଇଥିଲେ l ସଞ୍ଜୟ ର ଘର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିପାରୀ, ଚଟୁଆ ବୋଲି ଜଣା ପଡିଛି l ସେ ବିଭିନ୍ନ ଅଞ୍ଚଳରେ ବାଇକ ଯୋଗେ ଗଞ୍ଜେଇ ବିକ୍ରି କରୁଥିବା ସମୟରେ ଜଣେ ଏକଜ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ଅନ୍ୟ କେତେଜଣ ସାକ୍ଷୀ ରହିଥିବାର ସୂଚନା ମିଳିଛି l ଆସାମୀ ସଞ୍ଜୟ ଠାରୁ OR 21 E 0782 ନମ୍ବର ଥିବା ଗୋଟିଏ ହିରୋ ହୋଣ୍ଡା ପ୍ୟାସନ ପ୍ରୋ ମୋଟର ସାଇକେଲ ସହିତ ନଗଦ ୫୪୦ ଟଙ୍କା ଏବଂ ୩ଟା ମୋବାଇଲ ଜବତ କରାଯାଇଛି l ଆସାମୀଙ୍କୁ ଆରେଷ୍ଟ କରି କୋର୍ଟ ଚଲାଣ କରାଯାଇଛି l(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ  )