ପୁରୀ ମ୍ୟୁନିସିପାଲିଟି ବିଜେପି ଶରଧାବାଲି ମଣ୍ଡଳ ପକ୍ଷରୁ ମହିଳା ମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଆଜି ପୁରୀ ମ୍ୟୁନିସିପାଲିଟି ଭାରତୀୟ ଜନତା ପାର୍ଟି ଶରଧାବାଲି ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ରଙ୍କ ଅଧକ୍ଷତା ରେ ଆସନ୍ତା ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ଉପଲକ୍ଷେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ଦାସଙ୍କ ନେତୃତ୍ୱ ରେ ମହିଳା ମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ପୋଲିସ ଲାଇନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର ଯୋଗଦାନ କରି ମହିଳା କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କ୍ରୀଡା ପ୍ରତିଯୋଗିତା ରେ ଶତାଧିକ ମହିଳା ଅଂଶଗ୍ରହଣ କରିଥିବାବେଳେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଅନିତା ପଲେଇ, ଦ୍ଵିତୀୟ ସ୍ଥାନ ରେ ରେଖା ପୃଷ୍ଟି ଏବଂ ତୃତୀୟ ସ୍ଥାନ ଛବି ମହାପାତ୍ର ଅକ୍ତିଆର କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ମଣ୍ଡଳ ସଭାପତି ବିରଞ୍ଚିନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ମନୋଜ ଅଗ୍ରୱାଲ, କୃଷକ ମୋର୍ଚ୍ଚା ସଭାପତି ସୁଭାଶିଷ ମହାନ୍ତି, ଯୁବମୋର୍ଚା ସଭାପତି ବିନାୟକ ଆଶିଷ ରଞ୍ଜନ ଦାସ, ବରିଷ୍ଠ ସଦସ୍ୟ ସ୍ୱାଧୀନ କୁମାର ପଟ୍ଟନାୟକ,ମହିଳା କର୍ମୀ ରାଜଶ୍ରୀ ଦୋରା, ମମତା ବଡ଼ପଣ୍ଡା, ମମତା ଦାସ, ଲକ୍ଷ୍ମୀପ୍ରିୟା ସ୍ୱାଇଁ ଏବଂ ଜୁଲି ଜେନା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
