June 21, 2026

ଅବ୍ଯବସ୍ଥାରେ ରହିଛି ବ୍ଲକ କାର୍ଯ୍ଯାଳୟ ସମ୍ମୁଖସ୍ଥ ପରିସ୍ରାଗାର, ପ୍ରତିକାର ଦାବି 

IMG-20241108-WA0039
Share

ବୁଗୁଡ଼ା :ତା ୦୮/୧୧/୨୪ : ବାହ୍ୟ ମଳତ୍ଯାଗକୁ ରୋକିବା ସହ ସହର ଠାରୁ ଗାଁ ପର୍ଯ୍ୟନ୍ତ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆରମ୍ଭ ହୋଇଛି ସ୍ୱଚ୍ଛ ଭାରତ ଯୋଜନା l ଏହି ଯୋଜନାରେ ବାହାରେ ପରିସ୍ରା ଓ ମଳ ତ୍ୟାଗ ନକରିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସ୍ଥାନରେ ଶୌଚାଳୟ ପ୍ରତିଷ୍ଠା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଇଛି ହେଲେ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ପରିସ୍ରାଗାର ଏବେ ଦୁର୍ଗନ୍ଧର ଗନ୍ତାଘର ପାଲଟିଛି । ଏହାର ଜ୍ବଳନ୍ତ ଉଦାହରଣ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି l ବିଭିନ୍ନ କାମରେ ବ୍ଲକ କାର୍ଯ୍ଯାଳୟକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ କାର୍ଯାଳୟ ସମ୍ମୁଖସ୍ଥ ଗ୍ଯାରେଜ ପାର୍ଶ୍ବରେ ଦୁଇ ବର୍ଷ ତଳେ ଏକ ପରିସ୍ରାଗାର ନିର୍ମାଣ ହୋଇଥିଲା । ତେବେ ପାଣିର ଅବ୍ୟବସ୍ଥା ସାଙ୍ଗକୁ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବାରୁ ସେଠାରେ ପରିସ୍ରା କରିବାକୁ ଲୋକେ ପଛ ଘୁଞ୍ଚା ଦେଉଛନ୍ତି। ଯଦି ଅଜଣାତରେ କେହି ପରିସ୍ରା କରିବା ପାଇଁ ସେଭିତରକୁ ଚାଲିଗଲା ତେବେ ପରିସ୍ରା କରିବା ତ ଦୂରର କଥା ବାନ୍ତି କରିବା ହିଁ ସାର ହେବ। ସଂପ୍ରତି ସେହି ପରିସ୍ରାଗାର ଆଉ କାମରେ ଲାଗୁନଥିବାରୁ ଲୋକେ ପୁଣି ପୂର୍ବ ଭଳି ଛକର ଏଣେ ତେଣେ ପରିସ୍ରା କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି । ବ୍ଲକ ପ୍ରଶାସନର ଉଦାସୀନତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ଯଥାଶୀଘ୍ର ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।