June 21, 2026

ଗଞ୍ଜାମ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

IMG-20241108-WA0038
Share

 

 

ଗଞ୍ଜାମ = ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି l ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଗ୍ରାସୀମ ଇଣ୍ଡୋଷ୍ଟିଜର ସିଏସଆର ମୁଖ୍ୟ ସୁସ୍ମିତା ବେହେରା ଯୋଗଦେଇ କ୍ରୀଡାପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତ ଉଜ୍ୱଳ କାମନା ପାଇଁ ଟିପ ଦେଇଥିଲେ ବିଜୟ ଓ ପରାଜୟ ଖେଳର ଦୁଇ ପାଶ୍ୱ ମନଦୁଃଖ କରିବାର ନାହିଁ ଆଜି ପରାଜୟ କାଲି ବିଜୟ ଖେଳ ସ୍ୱାସ୍ଥ୍ୟ ପାଇଁ ସୌନ୍ଦର୍ଯ୍ୟ ର ମେଡ଼ିସିନ ଆଲୋକ ପାତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ l. ସମ୍ମାନିୟ ଅତିଥି ରୂପେ ଗ୍ରାସୀମ ଇଣ୍ଡୋଷ୍ଟିଜର ପୂର୍ବତନ କଷ୍ଟମର ଅଫିସର ହରିହର ପାତ୍ର ଯୋଗଦେଇ ପାଠ ସହ କ୍ରୀଡାର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ l ପରିଚଳନା କମିଟିର ସମ୍ପାଦକ ଗିରିଶ କୁମାର ଆଚାର୍ଜ, ଯୁଗ୍ମ ସାମ୍ପାଦକ ଦାମୋଦର ପଣ୍ଡା, ଉପସ୍ଥିତ ଥିଲେ l. ପ୍ରଧାନଆଚାର୍ଜ ଆଦିତ୍ୟ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l

ଏହି ପ୍ରରିପ୍ରେକ୍ଷୀରେ ଲଙ୍ଗଜମ୍ପ, ଦୌଡ,ବେଙ୍ଗ ଡିଆଁ, ମ୍ୟୁଜିକ ଚେୟାର, ସଟଫୁଟ, ପ୍ରମୁଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ମା ବୁଢ଼ୀ ଠାକୁରାଣୀଙ୍କ ପୀଠରୁ ଏକ ମଶଲ କୁ ଅତିଥି ମାନେ ଗ୍ରହଣ କରିଥିଲେ ଲ

ଏହାକୁ ଗୁରୁଜୀ, ଗୁରୁମା ମାନେ ପରିଚଳନା କରିଥିଲେ l