April 29, 2026

ଛାତ୍ରବତ୍ସଳ ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ଵର ସାହୁଙ୍କ ପରଲୋକ

IMG-20241008-WA0037
Share

 

ସମ୍ବଲପୁର: ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନ୍ଧାବାହଲ କଲୋନୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ଵର ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ସୋମବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତେବେ ଆଜି ତାଙ୍କ ପାର୍ଥିବ ଶରୀର କଟକରୁ ଜ୍ଞାତି କୁଟୁମ୍ଭ ନେଇ ଆସିବାପରେ ନିଜ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଅଛି। ତାଙ୍କର ବଡ଼ପୁଅ ହେମନ୍ତ ସାହୁ ମୁଖାଗ୍ନି ପ୍ରଦାନ କରିଥିଲେ। ସ୍ବର୍ଗତ ସାହୁ ଜମନକିରା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ସରକାରୀ ଶିକ୍ଷକ ଭାବରେ ଚାକିରି କରି ଅବସର ଗ୍ରହଣ କରିଥିଲେ। ସେ ଜଣେ ନିଷ୍ଠାବାନ, ସମୟାନୁବର୍ତ୍ତି, ପରୋପକାରୀ, ଧର୍ମପରାୟଣ, ତଥା ଛାତ୍ରବତ୍ସଳ ବ୍ୟକ୍ତିତ୍ତ୍ୱର ଅଧିକାରୀ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତେବେ ଚିକିତ୍ସା ସମୟରେ ଡାକ୍ତରଙ୍କ ଅବହେଳା ଅକାଳ ମୃତ୍ୟୁର ଅନ୍ୟତମ କାରଣ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।