April 25, 2026

ଆଦନଗୁଡ଼ା ଗାଁ ପାଇଁ ବିପଦ ଗୋଲପାଲମ ଚିଟ ନାଳ;ଅସ୍ଥାୟୀ ପୋଲ ସାହା ଭରସା; ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି

IMG-20250908-WA0016
Share

 

ପାରଳାଖେମୁଣ୍ଡି:୮/୯(ଗରୁଡ ଧ୍ୱଜ ଚୌଧୁରୀ)ରାଜ୍ୟରେ ବର୍ଷା ଋତୁ ଲାଗି ପାହାଡ଼ ଉପରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଛୋଟ ଛୋଟ ନାଳ ନଦୀ ଉପର ମୁହଁରେ ଜଳ ନିଷ୍କାସନ କରୁଥିବା ଦେଖିବାକୁ ମିଳିଛି।ବର୍ଷା ଦିନ ଆସିଲେ ଭଗବାନଙ୍କ ଭରସାରେ ଯାତାୟାତ କରୁଛନ୍ତି ଆଦନଗୁଡ଼ା ଗ୍ରାମବାସୀ।ସୂଚନା ଅନୁସାରେ ଗଜପତି ଜିଲ୍ଲା ଝାମି ପଞ୍ଚାୟତ ଅନ୍ତର୍ଗତ ଆଦନଗୁଡ଼ା ଗ୍ରାମରେ ୬୦ରୁ ଉର୍ଦ୍ଧ ପରିବାର ୫୦୦ଜଣ ଲୋକେ ବସବାସ କରନ୍ତି।ଏହି ଗାଁରୁ ଭଲ ରାସ୍ତା ନଥିବା ବେଳେ ବିଲ ହୁଡ଼ା ଦେଇ ବିପଦଜନକ ଭାବେ ନାଳ ପାରି ହୋଇ ସହର,ପଞ୍ଚାୟତ,ବ୍ଲକ ଓ ବିଦ୍ୟାଳୟକୁ ଯିବାଆସିବା କରନ୍ତି ଏଠାକାର ଗ୍ରାମବାସୀ।ମୂଖ୍ୟତଃ ଏହି ଗ୍ରାମର ୩୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପ୍ରତିଦିନ ଜୀବା ସରକାରୀ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାତାୟତ କରୁଥିବା ବେଳେ ରୋଗୀ ଚିକିତ୍ସା ପାଇଁ ବହୁ ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ସରପଞ୍ଚ ଏଡ଼ଙ୍ଗା ଶବର,ମିନାକ୍ଷୀ ବେହେରା,ସମିତି ସଭ୍ୟ ଏସ ଶ୍ରୀନିବାସ ଓ ୱାର୍ଡ ମେମ୍ବର ଲକ୍ଷଣ ଶବର।ତେବେ ବର୍ତ୍ତମାନ ବର୍ଷା ଲାଗି ରହିଥିବା ବେଳେ ଉକ୍ତ ନାଳରେ ପ୍ରଚୁର ସ୍ରୋତରେ ପାଣି ପ୍ରଭାବ ହେଉଥିବା ଦେଖି

ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନଙ୍କ ସୁରକ୍ଷା ନିମନ୍ତେ ନାଳ ପାରିହେବା ପାଇଁ ଜୀବା ପଞ୍ଚାୟତ ପକ୍ଷରୁ କାଠ ଓ ବାଉଁଶର ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି।ଉକ୍ତ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବା ସହ ଗୋଲପାଲମ ଚିଟ ନାଳ ଠାରେ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ସୁଧାମ ଶବର,ରାମ ଶବର,ଲୋକନାଥ ଶବର,ଲାଜାର ମଣ୍ଡଳ,ପ୍ରେମଳତା ଶବର,ଦିବସ ଶବର ଓ ମହେନ୍ଦ୍ର ଶବର।