March 10, 2026

ଗଜପତି:- ଜିଲ୍ଲାସ୍ତରୀୟ “ବିଶ୍ଵ ଭୌତିକ ଚିକିତ୍ସା” ଦିବସ:- “ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ସୁସ୍ଥତା ସମସ୍ତଙ୍କ ପାଇଁ”

IMG-20240908-WA0019
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ସି:ସିଡି: ର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟରତ ସିସିଡି: ଓ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ବିଶ୍ଵ ଭୌତିକ ଚିକିତ୍ସା ଦିବସ ପାଳନ ଅବସରରେ “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ସୁସ୍ଥତା ସମସ୍ତଙ୍କ ପାଇଁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭୌତିକ ଚିକିତ୍ସା କଣ , ତାର ଆବଶ୍ୟକତା ଓ ଗୁରୁତ୍ବ ଉପରେ କହି ଆଧୁନିକ ଯୁଗରେ ସ୍ୱାସ୍ଥ୍ୟ ସେବା ଦୃତ ଗତିରେ ଆଗେଇ ଚାଲିଥିବା ବେଳେ ଚିକିତ୍ସା କ୍ଷେତ୍ରରେ ଯୋଡ଼ି ହେଉଛି ଏହି ଭୌତିକ ଚିକିତ୍ସା ଭଳି ନୂତନ ପଦ୍ଧତି। ବିନା କୌଣସି ଅସ୍ତ୍ରୋପଚାର , ଔଷଧ ସେବନ ଓ ପାର୍ଶ୍ଵ ପ୍ରତିକ୍ରିୟାରେ ଅଧିକ ଉପଶମ ମିଲିପାରୁଛି , ଏହି ଭୌତିକ ଚିକିତ୍ସା ଦ୍ବାରା । ତେଣୁ ସିସିଡି କର୍ମକର୍ତ୍ତା ମାନେ ଗ୍ରାମାଞ୍ଚଳରେ ଏହି ଭୌତିକ ଚିକିତ୍ସା ମାଧ୍ୟମରେ ଅନେକ ଭିନ୍ନକ୍ଷମଙ୍କୁ ଶାରୀରିକ ସୁସ୍ଥତା ର ଉପଶମ ଦେଇ ଭଲ କରିଥିବା ଯୋଗୁଁ ସେମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ସମିତିର ବରିଷ୍ଠ ସଦସ୍ୟା ମମତା ରାଣୀ ଶତପଥୀ ଯୋଗଦେଇ ଭୌତିକ ଚିକିତ୍ସା ଚିକିତ୍ସା କିଭଳି ଜଟିଳ ଅସ୍ତ୍ରୋପଚାର ପରବର୍ତ୍ତୀ ଉପଶମ ଲାଭ ହୋଇଥାଏ ସେ ସମ୍ପର୍କରେ କହି ଜିଲ୍ଲା ମଙ୍ଗଳ ସମିତି ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ସହାୟତା ସମ୍ପର୍କରେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶ୍ରୀ ସୁମନ ମିଶ୍ର , ସିସିଡି ବୋର୍ଡ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ଜେନା ଏବଂ ପଣ୍ଡିତ ନରସିଂହ ଗୌଡ ପ୍ରମୁଖ ଯୋଗଦେଇ ଭୌତିକ ଚିକିତ୍ସାର ଓ ତାର ଆବଶ୍ୟକତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଭୌତିକ ଚିକିତ୍ସିକ ସରୋଜିନୀ ରଇତ କିଭଳି ଗ୍ରାମାଞ୍ଚଳରେ ଭିନ୍ନକ୍ଷମ ମାନଙ୍କୁ ଭୌତିକ ଚିକିତ୍ସା ମାଧ୍ୟମରେ ବିଭିନ୍ନ ସେବା ଦେଇ ଆସୁଛନ୍ତି , ସେ ସମ୍ପର୍କରେ କହିଥିଲେ ।

ଏହି ଅବସରରେ ଭିନ୍ନକ୍ଷମ ମାନଙ୍କୁ ଭୌତିକ ଚିକିତ୍ସା ମାଧ୍ୟମରେ କିଭଳି ବିଭିନ୍ନ ସେବା ଦିଆଯାଉଛି , ସେ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରା ଯାଇଥିଲା ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମର୍ଥ’ର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀ କେଦାର ପାଣିଗ୍ରାହୀ , ବୀଣାପାଣି ପଟ୍ଟନାୟକ ଏବଂ ଏ: ମହୁଲିଆ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————-