April 26, 2026

କାଶୀନଗର ବ୍ଲକରେ ସୁଭଦ୍ରା ରଥ କୁ ସ୍ୱାଗତ ସହ ଭବ୍ୟ ସମ୍ବର୍ଦ୍ଧନା 

IMG-20240908-WA0018
Share

       କାଶୀନଗର , ଆଜି କାଶୀନଗର ବ୍ଲକ ର ବିଭିନ୍ନ ପଞ୍ଚୟତ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନା ଘରେ ଘରେ ଥିବା ମା ମାନଙ୍କୁ ସଚେତନ କରି ତାଙ୍କ ନିକଟରେ ଯୋଜନା ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କ ମହିଳା ଆତ୍ମନିର୍ଭର ହୋଇ ସଶକ୍ତିକରଣ ନିମନ୍ତେ ହୋଇଥିବା ଯୋଜନାର ସୁଭଦ୍ରା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ସ୍ୱାଗତ କରାଯାଇଥିଲା. ଏହି ସୁଭଦ୍ରା ରଥ ସୁଭଦ୍ରା ଯୋଜନା ବିଷୟରେ ବିଭିନ୍ନ ସଚେତନ କରି ଗ୍ରାମ ମାନଙ୍କରେ ପରିଭ୍ରମଣର କାର୍ଯ୍ୟକ୍ରମ ରହିଛି.ସୁଭଦ୍ରା ଯୋଜନାରେ ଅବେଦନ କରିବା ପାଇଁ କୌଣସି ସମୟସୀମା ନାହିଁ, ଏଣୁ ହିତାଧିକାରୀ ବ୍ୟତିବ୍ୟସ୍ତ ନ ହୋଇ ପଞ୍ଜିକରଣ କରନ୍ତୁ ନାହଁ । ଏଥି ନିମନ୍ତେ ସମସ୍ତ ଙ୍କୁ ସଚେତନତା କରିବାକୁ ଏହି ରଥ ବୁଲିବ । ଯୋଗ୍ୟ ହିତାଧିକାରୀ ମାନେ ଆବେଦନ କରିବା ପାଇଁ ତା.୦୧.୦୭.୨୦୨୪ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏଵଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ସେହିପରି ପ୍ରତିବର୍ଷ ପ୍ରଥମ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଏଵଂ ଦ୍ୱିତୀୟ କିସ୍ତି ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ପ୍ରଦାନ କରାଯିବ। ବାର୍ଷିକ ୧୦ ହଜାର ଟଙ୍କାକୁ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ଜମା କରାଯିବ ,ଏଥି ନିମନ୍ତେ ସମସ୍ତ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ ପ୍ରଦାନ କରାଯିବ। ଯୋଗ୍ୟ ହିତାଧିକାରୀ ମାନେ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଯାଇ ଆବେଦନ କରିପାରିବେ। ସେହିପରି ଅଧିକ ସୂଚନା ପ୍ରଦାନ ଜାଣିବା ପାଇଁ ଦେୟମୁକ୍ତ ସହାୟତା ହେଲଫ ଲାଇନ୍ ନମ୍ବର ୧୪୬୭୮ ରେ ଯୋଗାଯୋଗ କରି ସୂଚନା ପାଇପାରିବ। ସୁଭଦ୍ରା ରଥ କୁ ସ୍ୱାଗତ କରିବା ପାଇଁ କାଶୀନଗର ସି ଡି ପି ଓ କନକଲତା ପୂଜାରୀ ଙ୍କ ଉପସ୍ଥିତି ରେ ପଞ୍ଚାୟତ ମାନଙ୍କ ର ଅଙ୍ଗନବାଡି କର୍ମୀ, ଏମବିକେ,ସି ଆର ପି, ଏସ ଏଚ ଜି ମହିଳା ଓ ପଞ୍ଚାୟତ ପି.ଓ ମାନେ ସହଯୋଗ କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ