November 26, 2024
Share

 

୧-ଆଜି ବଣ୍ଟା ହେବ CM କିଷାନ୍, ନୂଆଖାଇ ଅବସରରେ ସମ୍ବଲପୁରରରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

 

୨-ଭୁବନେଶ୍ୱର:ସବୁ ଜିଲ୍ଲାକୁ ଗଡ଼ିଲା ସୁଭଦ୍ରା ସଚେତନତା ରଥ।ଶେଷ ହିତାଧିକାରୀ ଯାଏ ଚାଲିବ ପଞ୍ଜୀକରଣ।

 

୩-ଭୁବନେଶ୍ୱର:ଏକାଦଶ ଶ୍ରେଣୀ ନାମଲେଖା ପାଇଁ ସାମ୍ସକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ।

 

୪-ଶିଳ୍ପ ଜରିଆରେ ଅର୍ଥନୈତିକ ବିକାଶ ଓ ଏମ୍.ଏସ.ଏମ୍.ଇ ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଆମ ସରକାର ପ୍ରୟାସରତ-ମୁଖ୍ୟମନ୍ତ୍ରୀ

 

୫-୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ MVI ବିଜୟ କୁମାର ବେହୁରିଆ, ଖୋର୍ଦ୍ଧା ହସ୍ପିଟାଲ ଛକରେ ଧରିଲା ଭିଜିଲାନ୍ସ।

 

୬-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମାଟି ପରୀକ୍ଷଣ ଆରମ୍ଭ ,ବିମାନବନ୍ଦରରୁ ତ୍ରିଶୁଳିଆକୁ ଗଡିବ ମେଟ୍ରୋ।

 

୭-ଭୁବନେଶ୍ୱର, ଭରତପୁର:ଦାଦାବଟି ଆତଙ୍କ,୩ ଗିରଫ।

 

୮-ଡେରାବିଶ:ଏଣ୍ଡର, ନରସିଂହପୁର, ତିଲଙ୍ଗରେ ବ୍ୟାପକ କୁକୁଡ଼ା ମରି ପଡ଼ିଥିବା ସୂଚନା,ବାର୍ଡ ଫ୍ଲୁ ଆଶଙ୍କା।

 

୯-କିଟ୍ ଓ କିସ୍ ରେ ବଡ ଧୂମଧାମର ସହ ପାଳିତ ହେଇଯାଇଛି ଗଜାନନଙ୍କ ପୂଜା।

 

୧୦-୧୫ ସୁଦ୍ଧା ସରିବ ବୈଷୟିକ ଶିକ୍ଷା ନାମଲେଖା, ତୃତୀୟ ସପ୍ତାହରୁ ପାଠପଢ଼ା ଆରମ୍ଭ।

 

୧୧-କଟକ:ନାମ ପରିବର୍ତ୍ତନ ପ୍ରସ୍ତାବର ପ୍ରଭାବ, ପରିଚୟ ପତ୍ର ନ ଥିଲେ ରେଭେନ୍ସାକୁ ପ୍ରବେଶ ମନା।

 

୧୨-କଏଦୀଙ୍କୁ ଜଗୁଥିଲେ ଜେଲ ବାବୁ ସତ୍ୟପ୍ରକାଶ । ଭିଜିଲାନ୍ସ ଦ୍ୱାରା ଗିରଫ ପରେ ଏବେ ନିଜେ ସାଜିଲେ କଏଦୀ।

 

୧୩-ଭୁବନେଶ୍ୱର:ଖୁବ ଶୀଘ୍ର ନିଯୁକ୍ତ ହେବେ ୨ହଜାର ବନରକ୍ଷୀ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

 

୧୪-ପୁରୀ: ଶ୍ବେତ ଗଙ୍ଗାରେ ମାଛ ମଡକ, କାରଣ ଅସ୍ପଷ୍ଟ, ଦେଢ଼ କ୍ଵିଣ୍ଟାଲ ମାଛ ଗଦା ହେଲେଣି।

 

୧୫-SBIରେ ପୂରଣ ହେବ ଅଫିସର୍ ପଦବୀ; ବାର୍ଷିକ ଦରମା ୪୫ ଲକ୍ଷ ଟଙ୍କା।ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୫୮ଟି ପଦବୀ ପୂରଣ ହେବ।

 

୧୬-ଆସନ୍ତା ୪ ଦିନ ଓଡ଼ିଶା ସମେତ ଉପକୂଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା।

 

୧୭-ଭିଜନ ବିକଶିତ ଭାରତ ୨୦୪୭: ଆସନ୍ତା ୫ ବର୍ଷରେ ୫୦ଟି ଛୋଟ ସହରରେ ହେବ ଏୟାରପୋର୍ଟ, ଟାର୍ଗେଟ୍ ୩୦୦ ବିମାନବନ୍ଦର ନିର୍ମାଣ।

 

୧୮-ଦିଲ୍ଲୀ: ଟ୍ରେନରୁ ନଗଦ ୪କୋଟି ଟଙ୍କା ସହ ୩୬୫ କେଜି ରୂପା ଜବତ।

 

୧୯-ବାଂଲାଦେଶରେ ଡେଙ୍ଗୁ ଅଣାୟତ୍ତ – ୯ ମୃତ, ୧୯୬୩ ଜଣ ଡାକ୍ତରଖାନାରେ ଭର୍ତ୍ତି।

 

୨୦-ପ୍ୟାରିସ୍ ପାରାଲିମ୍ପିକ୍ସରୁ ଫେରିଥିବା ୬ ଜଣ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ।

 

୨୧-ବହୁ ଚର୍ଚ୍ଚିତ ପୂଜା ଖେଡକରଙ୍କୁ ଆଇଏଏସ୍ ଚାକିରିରୁ ହଟାଇଲେ କେନ୍ଦ୍ର ସରକାର।

 

୨୨-ରୁଷ-ୟୁକ୍ରେନ ସଂଘର୍ଷର ସମାଧାନରେ ନୂଆଦିଲ୍ଲୀ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା, ପୁଟିନଙ୍କ ପରେ କହିଲେ ଇଟାଲୀ ପିଏମ୍

 

*🙏 ସୁପ୍ରଭାତ 🙏*

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.