November 21, 2024

ରାମନାଗୁଡାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

Share

ରାମନାଗୁଡାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ସ୍ଥାନୀୟ ପାରୀକ୍ଷିତି ସେବାଶ୍ରମ ଠାରେ ପାଳିତ ହୋଇ ଯାଇଛି।ବିଭିନ୍ନ ବିଦ୍ୟାଳୟ ମାନଙ୍କ ଠାରୁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶିକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବ୍ୟାନର, ଫ୍ଲାକାର୍ଡ ଧରି ଶୋଭାଯାତ୍ରା ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବାହାରି ସାକ୍ଷରତା ସ୍ଲୋଗାନ ମାଧ୍ୟମରେ ମୁଖ୍ୟ ବଜାର ଦେଇ ପାରୀକ୍ଷିତି ସେବାଶ୍ରମ ରେ ପହଞ୍ଚିଥିଲେ ।ଏହି ଶୋଭାଯାତ୍ରାରେ ତ୍ରିପତି ମହାପାତ୍ର ,ପ୍ରପନ କୁମାର ତ୍ରିପାଠୀଙ୍କ ସହିତ ୧୧ ଟି କ୍ଳଷ୍ଟର ଗୁଡିକ ର ସଂଯୋଜକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ପାରୀକ୍ଷିତି ସେବାଶ୍ରମ ଠାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ମୁଖ୍ୟବକ୍ତା ଭାବରେ ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ସମ୍ମାନିତ ଅତିଥି ରୂପେ ପାରୀକ୍ଷିତି ସରପଞ୍ଚ ସୂର୍ଯ୍ୟରାଓ କୁମ୍ବ୍ରିକା,ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର,ସୁଣ୍ଡି ଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ହିମିରିକା,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ୧୫ ବର୍ଷ ବୟସ ରୁ ୩୫ ବର୍ଷ ବୟସ ମଧ୍ୟରେ ସମାଜ ରେ ରହି ଯାଇଥିବା ନିରକ୍ଷର ଙ୍କୁ ଚିହ୍ନଟ କରି ମୁଖ୍ୟ ସ୍ରୋତରେ ସାମିଲ କରାଇବା ଯାହାକି ଏନଇପି ୨୦୨୦ର ମୂଳମନ୍ତ୍ର ଏବଂ ସମାଜ ରେ ସମସ୍ତ ଙ୍କୁ ଶିକ୍ଷିତ କରାଇବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ପାରୀକ୍ଷିତି ସେବାଶ୍ରମ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଗମାଙ୍ଗ,ଶିଶିର ପଣ୍ଡା ପରିଚାଳନା କରିଥିଲେ। ଶେଷରେ ଗୁଲୁମୁଣ୍ଡା କ୍ଳଷ୍ଟର ସଂଯୋଜକ ରମେଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

ରିପୋର୍ଟ ରାକେଶ କୁମାର ବେହେରା