June 20, 2026

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ କ୍ରୀଡ଼ାଉତ୍ସବ ଉଦଘାଟିତ

IMG-20230908-WA0053
Share

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ କ୍ରୀଡ଼ାଉତ୍ସବ ଉଦଘାଟିତ
ବ୍ରାହ୍ମଣୀଗାଁ ,୮/୯:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସ୍ତରୀୟ କ୍ରୀଡା ପ୍ରତି ଯୋଗିତା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଶ୍ରାନିକେତା ଉଚ୍ଚ ବିଦ୍ୟାଳୟ(୫ଟି) ଖେଳପଡିଆ ଠାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥ୍ ଭାବେ ଶ୍ରାନିକେତା ସରପଞ୍ଚ ଗଙ୍ଗାଧର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବ୍ଲକ କ୍ରୀଡ଼ା ସଭାପତି ରସାନନ୍ଦ କର , ସିମନବାଡ଼ି ସମିତି ସଭ୍ୟ ସାଧୁ ନାୟକ ଶ୍ରାନିକେତା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ ପ୍ରଥମ ଦିନରେ ବ୍ଳକର ୨୫ ଟି ପଞ୍ଚାୟତ ର ବିଭିନ୍ନ ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୦ରୁ ଉର୍ଦ୍ଧ୍ବ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତା ମଧ୍ୟରେ ୧୭ବର୍ଷ ରୁ କମ ଓ ୧୪ବର୍ଷ ରୁ କମ ବୟସ ଖୋ-ଖୋ ଛାତ୍ର ଛାତ୍ରୀ ,୧୭ବର୍ଷ ରୁ କମ ଓ ୧୪ବର୍ଷ ରୁ କମ କବାଡ଼ି,୧୦୦ଏବଂ୨୦୦ମିଟର ଦୌଡ଼,୧୭ବର୍ଷରୁ କମ ଚେସ ଓ ବ୍ୟାଟମିଣ୍ଟନ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବିଭାଗରେ ଅନୁଷ୍ଠିତ ହୋଇଥୁଲା । ପ୍ରଥମ ଦିନରେ ବିଜୟୀ ହୋଇଥିବା ପ୍ରତିଯୋଗୀ ଓ ଦଳ ମାନଙ୍କ ମଧ୍ୟରେ ଆସନ୍ତା କାଲି କ୍ରୀଡ଼ା ଉତ୍ସବ ର ଶେଷ ଦିବସରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ଫାଇନାଲରେ ସଫଳତା ହାସଲ କରିବା ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଖେଳିବା ପାଇଁ ମନୋନୀତ ହେବେ l ସିମନବାଡ଼ି ସରକାରୀ ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା ବ୍ଲକ କ୍ରୀଡ଼ା ସମ୍ପାଦକ ସାମନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକମାନେ ସହଯୋଗ କରିଥିଲେ ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed