November 22, 2024

ରାମନାଗୁଡା ପଞ୍ଚାୟତ ସମିତି ସାଧାରଣ ବୈଠକ

Share

ରାମନାଗୁଡା ପଞ୍ଚାୟତ ସମିତି ସାଧାରଣ ବୈଠକ

ମୃତ ବ୍ୟକ୍ତିଙ୍କ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ ନେଇ ଅସନ୍ତୋଷ

 

ରାମନାଗୁଡ଼ା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ଚତୁର୍ଥ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ।ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ସଭାପତିତ୍ୱରେ ଆୟୋଜିତ ବୈଠକରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ,ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ ରାଓ, ଉପାଧ୍ୟକ୍ଷା ଜାନକୀ ନିମାଲା , ଜିଲ୍ଲା ପରିଷଦ ସଭ୍ୟ(କ)ତାଙ୍ଗୁଡୁ ଶ୍ରୀଧର, ଜିଲ୍ଲା ପରିଷଦ (ଖ)ସୁରେଶ ଗମାଙ୍ଗ, ପ୍ରମୁଖ ମଞ୍ଚାସୀନ ରହିଥିଲେ। ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ସମସ୍ତ ଅଧିକାରୀ ଓ ଲୋକ ପ୍ରତିନିଧି ସ୍ୱାଗତ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏହା ପରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ଦ୍ଵାରା ପୂର୍ବ ବୈଠକ ର ବିବରଣୀ ପାଠ କରାଯାଇଥିଲା ଏହି ପଞ୍ଚାୟତ ସମିତି ସାଧାରଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗୀୟ କାର୍ଯ୍ୟପନ୍ଥା ଗୁଡ଼ିକ ଉପସ୍ଥାପନା କରିଥିବା ବେଳେ ତୃଣମୂଳ ସ୍ତରରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରାଯାଇଥିଲା , ରାମନାଗୁଡା ବ୍ଲକ ରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା ନେଇ ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଳିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ସରପଞ୍ଚ, ସମିତି ସଭ୍ୟ ମାନେ ଯେଉଁ ବ୍ୟକ୍ତି ମୃତ୍ୟୁ ବରଣ କରୁଛନ୍ତି ସେହି ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ଆସୁଥିବା ଅର୍ଥ ରାଶିକୁ ଖୁବଶୀଘ୍ର ହସ୍ତାନ୍ତର କରାଯାଉ ନଥିବା ନେଇ ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲାଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ତରଫରୁ ସ୍ଥାନୀୟ ଲୋକକଳା କଳାକାର ମାନଙ୍କୁ ନେଇ ପ୍ରତ୍ୟେକ ଗ୍ରାମାଞ୍ଚଳରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରସାର ପ୍ରଚାର ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ବ୍ଲକ ସାମାଜିକ ସୁରକ୍ଷା ସମ୍ପ୍ରସାରଣ ଅଧିକାରୀ ସସ୍ମିତା ସାହୁ ମତ ଉପସ୍ଥାପନା କରିଥିଲେ। ଉକ୍ତ ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପାଇଁ ୱାର୍ଡ ସଭ୍ୟ ସଭ୍ୟା,ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ଥିଲେ ।ସେହିପରି ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ରାମନାଗୁଡା ବ୍ଲକର ୧୨ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜଳପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ, ଯୋଗଣ ନିରୀକ୍ଷକ, ଏପିଓ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ସଭା ଶେଷରେ ଏପିଓ କୃପାକର ବାନାପିଲି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତିଙ୍କ ଦ୍ଵାରା ପରିସମାପ୍ତି ଘୋଷଣା କରାଯାଇଥିଲା।

ରିପୋର୍ଟ ରାକେଶ କୁମାର ବେହେରା