July 21, 2026

ଉମରକୋଟ ଗ୍ରାହକ ଓ ବ୍ୟବସାୟୀ ହନ୍ତସନ୍ତ ବର୍ଷାରେ ଉମରକୋଟ ସାପ୍ତାହିକ ହାଟ ସବୁ ଆଡେ ପାଣି ଓ କାଦୁଅରେ ଭର୍ତ୍ତି

IMG-20260708-WA0015
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଦ୍ୱିତୀୟ ବଡ ସାପ୍ତାହିକ ହାଟ ହେଉଛି ଉମରକୋଟ ହାଟ। ଏଠାରେ ପ୍ରତି ସୋମବାର ଓ ଗୁରୁବାର ଦିନ ହାଟ ବସିଥାଏ। ୨ ବର୍ଷ ତଳେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ହାଟ ର କିଛି ପିଣ୍ଡି ନିର୍ମାଣ କରାଯାଇଥିଲା। କିନ୍ତୁ ସାମାନ୍ୟ ବର୍ଷ। ହେଲେ ଗ୍ରାହକ ଙ୍କୁ ହାଟ ଭିତରକୁ ଯିବା ପାଇଁ ଘୃଣା କରୁଛନ୍ତି। ଏପରି ଏକ ଅସ୍ୱାଭାବିକ ଚିତ୍ର ଉମରକୋଟ ହାଟରେ ଦେଖିବାକୁ ମିଳିଥିଲା। କିଛି ଦିନ ହେଲା ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ଏହି ବର୍ଷ। ଯୋଗୁ ଆଜି ବହୁତ୍ ଲୋକେ ହାଟ ଭିତରକୁ ପ୍ରବେଶ କରି ପାରିଲେ ନାହିଁ। ହାଟର ପ୍ରବେଶ ଦ୍ୱାର ରେ ଆଣ୍ଠୁଏ ପାଣି ଜମି ରହିଛି, ଯାହାକି ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ଯେଉଁମାନେ ବାଇକ୍ କିମ୍ବା ସାଇକେଲ ରେ ଆସିଥିଲେ ସେମାନେ ପାଣି ଭିତରେ ପ୍ରବେଶ କରି ହାଟ ଭିତରକୁ ପ୍ରବେଶ କରି ପାରିଲେ। ଆଉ ଯେଉଁମାନେ ଚାଲି ଚାଲି ଆସିଥିଲେ ସେମାନେ ସବୁ ସେହି ଆଣ୍ଠୁଏ ପାଣି ଭିତରକୁ ଦେଇ ଯିବାକୁ ପଡ଼ିଲା। ହାଟ ସବୁ ଆଡେ ପଚ ପଚ କାଦ। ଏହି ହାଟକୁ ଉମରକୋଟ ଓ ଏହାର ଆଖପାଖ ଅଞ୍ଚଳ ସହ ପୋଡସି ଛତିଶଗଡ ରୁ ମଧ୍ୟ ଗ୍ରାହକ ଓ ବେପାରୀ ଆସିଥାନ୍ତି। ପ୍ରାୟ ୨୦୦ ରୁ ଅଧିକ ଦୋକାନ ବସେ ଓ ଲୋକେ ମଧ୍ୟ ହଜାର ହଜାର ସଂଖ୍ୟାରେ ପରିବ। ଓ ଅନ୍ୟ ସାମଗ୍ରୀ କ୍ରୟ କରିବ। ପାଇ ଆସନ୍ତି। ଆଉ ସବୁ ଠାରୁ ବଡ କଥା ହେଲା ଏହି ହାଟରେ ସୁନା ଓ ରୂପା ମଧ୍ୟ ବିକ୍ରି ମଧ୍ୟ ହୁଏ। ହେଲେ ହାଟରେ କୌଣସି ପିଇବା ପାଣି କିମ୍ବା ପରିସ୍ରା ଯିବା ପାଇଁ କୌଣସି ସୁବିଧା ନାହିଁ। ହାଟ ରେ ଯେଉଁ ଯନ୍ତ୍ରଣା ଲୋକ ବର୍ତ୍ତମାନ ଭୋଗୁ ଛନ୍ତି କାହାର ନଜର ପଡୁ ନ ଥିବା ଗ୍ରାହକ ଅଭିଯୋଗ କରୁଛନ୍ତି। ହାଟର ଅବ୍ୟବସ୍ଥା କୁ ତୁରନ୍ତ ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେବା ପାଇଁ ଉମରକୋଟ ସହର ବାସୀ ଦାବି କରିଛନ୍ତି।