ଆଜିର ଖବର..
୧-ଭୁବନେଶ୍ୱର:ଆଜି ପ୍ରକାଶ ପାଇବ+୨ ପ୍ରଥମ ମେଧା ତାଲିକା, ଚଳିତ ବର୍ଷ ଖାଲି ପଡ଼ିପାରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ସିଟ୍।
୨-ପୁଣି ଆସୁଛି ଲଘୁଚାପ ! ଜୁଲାଇ ୧୨-୧୫ ତାରିଖ ମଧ୍ୟରେ ଓଡ଼ିଶାରେ ପୁଣି ହେବ ପ୍ରବଳ ବର୍ଷା !
୩-ଦଶରଥପୁର:ବୈତରଣୀ ଓ କାଣୀରେ ବନ୍ୟା, କଣ୍ଟାପଡ଼ାରେ ୭୦ ଫୁଟ୍ ର ଘାଇ।
୪-ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଗ୍ରୁପ୍-‘ଏ’ ଓ ଗ୍ରୁପ୍-‘ବି’ ଅଧିକାରୀଙ୍କ e-PAR ଦାଖଲ ପାଇଁ ସମୟ ସୀମା ଜୁଲାଇ ୩୧କୁ ବୃଦ୍ଧି ହେଲା।
୫-ବିପର୍ଯ୍ୟୟ ମୁକାବିଲାରେ ବଡ଼ ପଦକ୍ଷେପ; ୧୮୦ କୋଟିରେ ଗଢ଼ାହେବା ଡିଜାଷ୍ଟର ମ୍ୟାନେଜମେଣ୍ଟ ଭବନ, ଦେଢ଼ ବର୍ଷରେ କାମ ସରିବା ଲକ୍ଷ୍ୟ।
୬-ବର୍ଷାରେ ଦୁର୍ଘଟଣା ରୋକିବାକୁ ବଡ଼ ଡ୍ରେନ୍ କଡ଼ରେ ହେବ ବ୍ୟାରିକେଡ୍; ଭୁବନେଶ୍ୱର-କଟକ-ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ, ୨୪ ଘଣ୍ଟା ଖୋଲା ରହିବ କଣ୍ଟ୍ରୋଲ ରୁମ୍।
୭-ଇନ୍ସପେକ୍ଟର ବିୟୁଟୀ ମହାନ୍ତି ମୃତ୍ୟୁ ଘଟଣା ; ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।
୮-ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ; ବ୍ୟାଙ୍କକ୍ରୁ ଆସିଥିବା ଯାତ୍ରୀ ଅଟକ।
୯-ଆଦିବାସୀଙ୍କୁ ଅବହେଳା କରୁଥିବା ଅଭିଯୋଗରେ ଟିଟିଲାଗଡ଼ରେ ଆଦିବାସୀ ସଂଘର ମହାମେଳି,ରାଲି ; ପୁଲିସ ଛାଉଣୀରେ ସହର।
୧୦-ଆରଡି ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଅଣଛାତ୍ର ପ୍ରବେଶକୁ ବିରୋଧ।
୧୧-ରମାଦେବୀ ମହିଳା ବିଶ୍ବବଦ୍ୟାଳୟରେ ଗଣ୍ଡଗୋଳ ଘଟଣା, ୧୨ ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କୁଳପତିଙ୍କ ସୂଚନା।
୧୨-ସାନଖେମୁଣ୍ଡି,ମହାନଳା ଅଞ୍ଚଳ:ପୁଣି ବୁଲା କୁକୁରଙ୍କ ଆତଙ୍କ; ୬ ବର୍ଷର ଶିଶୁକନ୍ୟାକୁ ଝୁଣିଲେ କୁକୁର ପଲ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି।
୧୩-ନଟିଂହାମ୍:ଭାରତ ୭୬ରେ ଅଲ୍ ଆଉଟ୍, ଇଂଲଣ୍ଡ ୧୨୫ ରନ୍ ରେ ଜିତିଲା।
୧୪-ଫିଫା ଫୁଟବଲ ବିଶ୍ଵ କପ୍:୭୦ ବର୍ଷ ପରେ କ୍ବାଟରରେ ପହଞ୍ଚିଲା ସ୍ବିଜରଲାଣ୍ଡ।
୧୫-ନୁଆ ଦିଲ୍ଲୀ:AI ଡାଟା ସେଣ୍ଟର ନିଯୁକ୍ତି,ଏବେ ଚାହିଦାରେ ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟର।
୧୬-ଆହୁରି ଶସ୍ତା ହେଇଗଲା ସୁନା; ଦିନକୁ ଦିନ ଖସୁଛି ସୁନା ରେଟ୍।ଏବେ ୨୨ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୩୩ ହଜାର।
୧୭-ଅହମଦାବାଦ ବିସ୍ଫୋରଣ ମାମଲା ; ୩୮ ଦୋଷୀଙ୍କୁ ଫାଶୀ, ୧୧ ଜଣଙ୍କୁ ଆଜୀବନ ଦଣ୍ଡାଦେଶ କାଏମ।
୧୮-ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲା ଗାନ୍ଦର ଅଞ୍ଚଳର ବାସିନ୍ଦା ମିଲଖି ରାମ,ବୟସ ୭୫ ବର୍ଷ, ୩୨ ଡିଗ୍ରି ସାର୍ଟିଫିକେଟ୍; ପୁଣି ପରୀକ୍ଷା କେନ୍ଦ୍ରରେ ବସିଲେ ବୃଦ୍ଧ।
୧୯-କୋଲକାତା:ବିଦ୍ରୋହୀ ସାଂସଦ ସାୟୋନୀ ଘୋଷଙ୍କୁ ଘେରିଲେ ଲୋକେ,’ଗଦ୍ଦାର’ ଓ ‘ବେଇମାନ’ ନାରା ଦେଇ ସ୍ବାଗତ କଲେ।
୨୦-ହାଇଦ୍ରାବାଦ: ତେଲେଙ୍ଗାନା DSPଙ୍କ ୩୦୦ କୋଟି ସମ୍ପତ୍ତି,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ।
୨୧-E20 ପେଟ୍ରୋଲ :କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ।
୨୨-ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’।
୨୩-ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ; ଏନ୍ଆଇଏ ଚାର୍ଜସିଟ୍ରେ ହାଫିଜ ସଇଦର ନାମ।
