March 7, 2026

କୁକୁଡ଼ାଖଣ୍ତି ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ପାଳିତ

IMG-20230708-WA0054
Share

କୁକୁଡ଼ାଖଣ୍ତି ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ପାଳିତ

ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ କୁକୁଡ଼ାଖଣ୍ଡି ପକ୍ଷରୁ ସ୍ୱପରିସରରେ ୭୪ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତ୍ୟୁଷ କୁମାର ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ l ସେହିପରି ବିଦ୍ୟାଳୟର ଇକୋ କ୍ଲବ, ଏନର୍ଜି କ୍ଲବ ,ଏନସିସି, ସ୍କାଉଟ ଆଣ୍ଡ ଗାଇଡ଼ ଏବଂ ଜେଆରସି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଗ୍ରାମ ପରିକ୍ରମା ରେ ବୃକ୍ଷରୋପଣ ସଚେତନା ବାର୍ତ୍ତା ପ୍ରଦାନ କରାଯାଇଥିଲା ପରିଶେଷରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଏସ ଏମ ସି ସଭାପତି ଓ ପ୍ରଧାନ ଶିକ୍ଷକ ପୁରସ୍କାର ପ୍ରଦାନ କରୋଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ