April 25, 2026

କୈଳାସ ରଣା ରାଜ୍ୟ ସମବାୟ ସଂଘ ନିର୍ଦେଶକ ନିର୍ବାଚିତ

IMG-20230708-WA0023
Share

କୈଳାସ ରଣା ରାଜ୍ୟ ସମବାୟ ସଂଘ ନିର୍ଦେଶକ ନିର୍ବାଚିତ

ବ୍ରହ୍ମପୁର ପୂର୍ବତନ ବିଡିଏ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ସମବାୟ ସଂଘର ସଭାପତି କୈଳାସ ରଣା ରାଜ୍ୟ ସମବାୟ ସଂଘର ନିର୍ଦେଶକ ଭାବେ ନିର୍ଦନ୍ଦରେ ନିର୍ବାଚିତ ହୋଇଛନ୍ତି l ଏକା ଧାରରେ ସେ ଜଣେ ଟାଣୁଆ ସଂଘଠକ, ସମବାୟବିତ ସାଙ୍ଗକୁ ରାଜ୍ୟ ବିଜେଡି ର ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି l ଦୀର୍ଘ ତିରିଶି ବର୍ଷ ଧରି ସମବାୟ ଆନ୍ଦୋଳନରେ ନିଜକୁ ଯୋଡ଼ିଥିଲେ l ସେ ନିର୍ଦେଶକ ହେବା ଖବର ଗଞ୍ଜାମ ଜିଲ୍ଲାରେ ଖୁସିର ଲହର ଖେଳାଇ ଦେଇଛି l ଏହି ମର୍ମରେ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି l ତାଙ୍କରି କର୍ମପୀଠ କୁକୁଡାଖଣ୍ଡି ଠାରେ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ଅବସରରେ ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ସଂଯୋଗ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଅନ୍ୟମାନଙ୍କ ମଧ୍ୟ୍ୟରେ ସମବାୟବିତ ତଥା ଦିବ୍ୟାଙ୍ଗ ନେତା କେ. ମଣିବାବୁ, ନାଏବ ସରପଞ୍ଚ ପ୍ରଗତି କୁମାର ଦଳେଇ, ଚନ୍ଦ୍ର ଦାସ, ସାଗର ମହାନ୍ତି, ସାଗର ସେଠୀ, କେ. ଅବିନାଶ, ବାବୁଲା ଡାକୁଆ, ରବୀନ୍ଦ୍ର କୁମାର ଦାଶ, ସନ୍ତୋଷ ଦୋରା, ସୁଧୀର କୁମାର ସାହୁ, ସନ୍ତୋଷ ସେଠୀ, ପିଣ୍ଟୁ ଗୌଡ଼, ହିମାଂଶୁ ସେଠୀ, ଏ. ମୋହନ, ରମେଶ ଦୋରା ପ୍ରମୁଖ ଉପସ୍ଥିତ ଥିଲେ l ଏକ ସାକ୍ଷାତକାରରେ ଶ୍ରୀ ରଣା ଏହି ବିଜୟ ବିଜେଡି ର କହିବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ନଗର ଉନୟନ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଓସସିବି ସଭାପତି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାଙ୍ଗକୁ ଜିଲ୍ଲା ବିଜେଡି ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed