April 25, 2026

ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବିଡିଓ ଙ୍କୁ ଦାବୀପତ୍ର

IMG-20230708-WA0052
Share

ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବିଡିଓ ଙ୍କୁ ଦାବୀପତ୍ର

କୁକୁଡ଼ାଖଣ୍ଡି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପଞ୍ଚଦଫା ଦାବୀ ନେଇ କୁକୁଡ଼ାଖଣ୍ତି ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଡ଼. ପଲ୍ଲବୀ ସ୍ୱାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ମାନଙ୍କ ମଧ୍ୟ୍ୟରେ ସଂଘ ଘର ମରାମତି କରିବା, ରୋଡ଼ ସାହି କୁ ଯଥାଶୀଘ୍ର ପାନୀୟ ଜଳ ଯୋଗାଇବା, ବେହେରା ବନ୍ଦ ସାହିକୁ ଆଲୁଅ ଯୋଗାଇବା, ପରିମଳ ବର୍ଜ୍ୟବସ୍ତୁ ବାହାର କରିବା ସକାଶେ ସ୍ଥାନ ନିରୂପଣ ସାଙ୍ଗକୁ ଗାଡିର ବ୍ୟବସ୍ଥା କରିବା, ନୂତନ ଭାବେ ଗଡିଉଠିଥିବା ବିଘ୍ନେଶ୍ୱର ନଗର କୁ ରାସ୍ତା ଓ ଆଲୋକ ର ବ୍ୟବସ୍ତା କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ l ଏହି ଦାବିପତ୍ର ପ୍ରଦାନ ବେଳେ ସଂଘ ସଭାପତି ନିତ୍ୟାନନ୍ଦ ଦଳେଇ, ସମ୍ପାଦକ ଏ. ସନ୍ୟାସୀ, ଏ. ଚିନ୍ତାମଣି, ସୂର୍ଯ୍ୟ ନାରାୟଣ ପଟନାୟକ ଏ. ମାଧବ ରାଓ,ପ୍ରକାଶ ଦୋରା, ଏ. ନନ୍ଦ କିଶୋର, ଅର୍ଜୁନ ରାଉତ, ଶ୍ରୀନିବାସ ରାଉଳ, ପି. ହରିକୃଷ୍ଣ, ଧର୍ମା ରାଓ, ଡି. ଖଲି ପ୍ରମୁଖ ଉପସ୍ଥିତ ଥିଲେ l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed