June 8, 2026

ଗଜପତି ଜିଲ୍ଲା ର ଜଣେ ବିଖ୍ୟାତ ଜଣାଶୁଣା କଣ୍ଠ ଶିଳ୍ପୀ ଷ୍ଟିଫାନ ଙ୍କ ବିୟୋଗ

IMG-20260608-WA0005
Share

ଗଜପତି ଜିଲ୍ଲା ର ଜଣେ ବିଖ୍ୟାତ ଜଣାଶୁଣା କଣ୍ଠ ଶିଳ୍ପୀ ଷ୍ଟିଫାନ ଙ୍କ ବିୟୋଗ ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବାଇଝାଲ ଗ୍ରାମ ରେ ଜନ୍ମିତ ଗଜପତି ଜିଲ୍ଲା ର ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଷ୍ଟିଫେନ ରଇତ ଙ୍କ 46 ବର୍ଷ ରେ ବିୟୋଗ ଘଟିଛି, ଷ୍ଟିଫେନ ଓଡ଼ିଆ, ଆସାମୀ,ସୌରା, ସାନ୍ତାଳୀ, ହିନ୍ଦୀ ଭାଷା ରେ ଗୀତଗାଈ ସାରା ଗଜପତି ଜିଲ୍ଲା ରେ ପରିଚିତ ଚେହେରା, ସେ କିଛିଦିନ ହେବ ଅସୁସ୍ଥ ଥିଲେ, ଗତକାଲି ଅଧିକା ଅସୁସ୍ଥ ହୋଇଥିବାରୁ ଆଜି ସକାଳେ ତାଙ୍କୁ ପଡ଼ଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନେବା ସମୟରେ ରାସ୍ତା ରେ ହିଁ ମୃତୁ ହୋଇଥିବା ଖବର ମିଳିଛି, ତାଙ୍କ ମୃତ୍ୟୁ ଖବର ସାରା ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପାଇ ବିଧାୟକ ରୁପେଷ ପାଣିଗ୍ରାହୀ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସାମ୍ବାଦିକ ତାରିଣୀ ପଣ୍ଡା, ଗରୁଡ ଚୌଧୁରୀ, ପପୁ ମିଶ୍ର, ସନ୍ତସ ପଟ୍ଟନାୟକ, କୃଷ୍ଣ କୁମାର ବେହେରା , ସୋରଜ୍ ବିର ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି