June 8, 2026

TPCODL ବିରୁଦ୍ଧରେ ତାତିଲେ ବସ୍ତି ବାସିନ୍ଦା, କାମକରି ବିଦ୍ୟୁତ ସେବା ଯୋଗାଇଲେ ସଙ୍ଗେସଙ୍ଗେ

IMG-20260608-WA0003
Share

 

ହଁ ଆଜ୍ଞା ଆମେ କହିବାକୁ ଚାହୁଁଛୁ ପୁରୀ ସହର ମହାନଗର ନିଗମ ୧ନମ୍ବର ୱାର୍ଡ ଉଦୟ ନଗର ର ତିନିଦିନ ହେବ ବିଜୁଳି କାଟ ହୋଇ ବସ୍ତିବାସିନ୍ଦା ହନ୍ତସନ୍ତ ହେଉଥିଲେ l ଆଜି ୧ନମ୍ବର ୱାର୍ଡର ପୂର୍ବତନ କାଉଁସିଲର ସରସ୍ବତୀ ପାତ୍ରଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଏବଂ ପୁରୁଷ ରାସ୍ତାରୋକ କରି ବିଜୁଳି ନଦେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତାରୋକ କରିବୁ ବୋଲି ଧମକ ଦେଇ ଧାରଣାରେ ବସିଥିଲେ ଏହି ଧାରଣାରେ ଯୋଗଦେଇଥିଲେ ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିଅର ରାଜେଶ ମିଶ୍ର ଏବଂ ଆମ ଆଦମୀ ପାର୍ଟିର ସଂଜୀବ ମହାନ୍ତି ଆନ୍ଦୋଳନ ତୀବ୍ର ହେବାରୁ TPCODL ର ଜୁନିୟର ଇଞ୍ଜିନିଅର ବିଦ୍ୟୁତ ସରପ୍ରବାହ କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରୀ କରିବାରୁ ଆନ୍ଦୋଳନ ହଟିଥିଲା l ଆଗକୁ ନୂତନ ଟ୍ରାନ୍ସଫର୍ମ ନବସିଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ହେବବୋଲି ଜଣାଇଛନ୍ତି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିଅର ରାଜେଶ ମିଶ୍ର l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ