September 24, 2026

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ଅନୁଷ୍ଠିତ 

IMG-20260924-WA0043
Share

 

ବୁଗୁଡ଼ା : ତା ୨୪/୦୯/୨୬ :(ହର ପ୍ରସାଦ ପାଢି) ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ଅବସରରେ ବୁଗୁଡା ସହରାଞ୍ଚଳର ୧୦ଟି ଏବଂ ଗ୍ରାମାଞ୍ଚଳର ୧୪୭ଟି କେନ୍ଦ୍ରରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ସମସ୍ତ ୧୫୭ଟି କେନ୍ଦ୍ରରେ ବିଦ୍ୟାଳୟ ଶିକ୍ଷାଠାରୁ ଦୂରେଇ ରହିଥିବା ୧୫ ବର୍ଷରୁ ଅଧିକ ବୟସ୍କ ଚାରି ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ପରୀକ୍ଷାର୍ଥୀ ଭାବେ ଅଂଶ ଗ୍ରହଣ କରିଥିଲେ। ଭାରପ୍ରାପ୍ତ ଏବିଇଓ କ୍ରିଷ୍ଣଚନ୍ଦ୍ର ବେହେରା ଓ ରବିନ୍ଦ୍ର କୁମାର ବେହେରା ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପର୍ଯ୍ଯବେକ୍ଷଣ କରିଥିଲେ। ପରୀକ୍ଷା ପରିଚାଳନାରେ ସମସ୍ତ ସିଆରସିସିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥବା ବେଳେ ସମସ୍ତ କେନ୍ଦ୍ରରେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାଯାଇଛି ।