April 25, 2026

ଭୁତାପଡରେ ଡାଇରିଆ ମୁକ୍ତ ସଚେତନତା ପକ୍ଷ..

IMG-20240608-WA0152
Share

ସମ୍ବଲପୁର:ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୁତାପଡ଼ା ଠାରେ ଡାଇରିଆ ମୁକ୍ତ ସଚେତନତା ପକ୍ଷ ପାଳିତ ହୋଇଯାଇଛି। ଏଥିରେ ମହିଳା ଆରୋଗ୍ୟ ସମିତି, ଆଶା କର୍ମୀ ତଥା ଜନସାଧାରଣ ଯୋଗଦାନ କରିଥିଲେ। ଆଜିର ଏହି ଦିବସ ପାଳନର ଅବସରରେ ଆମ ନିଜକୁ ତଥା ପରିବାରକୁ ଆଗାମୀ ମୌସୁମୀ ବର୍ଷା ଋତୁରେ ଡ଼ାଏରିଆ ସଂକ୍ରମଣରୁ କିଭଳି ରକ୍ଷା କରିବା ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ହତାଧୁଆର ସଠିକ ପ୍ରଣାଳୀ ଓ ଓଆରଏସର ସଠିକ ପ୍ରସ୍ତୁତ ପ୍ରଣାଳୀ ଓ ବ୍ୟବହାର ଉପରେ ଆଲୋକପାତ କରାଯାଇଥିଲା। ଯାହା ଫଳରେ ଜନସାଧାରଣଙ୍କ ମନରେ ଥିବା ଅନେକ ସନ୍ଦେହ ମାନ ଦୂରୀକରଣ ହୋଇପାରିଥିଲା।ଆଜିର ଏହି ଆଲୋଚନାରେ ବିଶେଷ ଭାବରେ କିପରି ଛୋଟ ଶିଶୁ ମାନଙ୍କୁ ଜଳବାହିତ ରୋଗଠାରୁ ଦୂରେଇ ରଖିପାରିବା ସେ ବିଷୟରେ ଆଲୋକପାତ କରାଯାଇଥିଲା।ଆଜିର ଏହି ଆଲୋଚନା କୁ ଆରୋଗ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସଞ୍ଜୀବ ପ୍ରଧାନ ପରିଚାଳନା କରିଥିବା ବେଳେ ଡ଼ା ପ୍ରତୀକ ପଣ୍ଡା, ରାକେଶ ସାହୁ,ଅଞ୍ଜଳି ସୁନା,ଜୁଲି ନାଗ ତଥା ମହିଳା ଆରୋଗ୍ୟ ସମିତି ର ସଦସ୍ୟ ମାନେ ସହଯୋଗ କରିଥିଲେ।