April 30, 2026

ପୋଖରୀ ରେ ବୁଡ଼ି ସ୍କୁଲ ଛାତ୍ର ଙ୍କ ମୃତ୍ୟୁ, ଉଦ୍ଧାର କରିବା ଯୁବକ ମଧ୍ୟ ଗୁରୁତର………..

IMG-20240608-WA0151
Share

 

ଉମରକୋଟ: – (ଏମ.ଦିନା°ଶୁ ଆଚାରୀ) ଆଜି ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ର ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଘଟଣା ଘଟିଛି ବକଡ।ବେଡ। ଗ୍ରାମ ପଞ୍ଚାୟତର ତୁରୁଞ୍ଜି ଗ୍ରାମ ଠାରେ। ମୃତ ଛାତ୍ର ର ନାମ ରାକେଶ ହରିଜନ। ରାକେଶଙ୍କ ପିତା ଥାନା ରେ ଦେଇଥିବା ଲିଖିତ ଅଭିଯୋଗ ପତ୍ର ଅନୁସାରେ ରାକେଶ ସବୁ ଦିନ ପରି ଆଜି ମଧ୍ୟ ସଂଧ୍ୟା ୪ ଟା ସମୟରେ ଖେଳିବା ପାଇଁ ଘରୁ ବାହାରି ଥିଲେ। ଖେଳି ସାରି ନିକଟସ୍ଥ ପୋଖରୀ କୁ ଗାଧେଇବା ପାଇଁ ଯାଇ ବୁଡ଼ି ଯାଇଥିଲେ। ଖବର ପାଇଁ ପରିବାର ଲୋକେ ପୋଖରୀ ଭିତର କୁ ଯାଇ ରାକେଶ ଙ୍କୁ ଉଦ୍ଧାର କରିବା ବେଳକୁ ମୃତ୍ୟୁ ବରଣ କରି ସାରିଥିଲେ। ତେବେ ରାକେଶ କୁ ଉଦ୍ଧାର କରିବାକୁ ଯାଇ ପୋଖରୀ ଭିତର କୁ ଯାଇ ଥିବା ରବି ପନକ। ମଧ୍ୟ ପୋଖରୀ ଭିତରେ ବୁଡି ଯାଇଥିଲେ। କିନ୍ତୁ ଗ୍ରାମ ବାସି ଉଦ୍ଧାର କରି ଗୁରୁତର ଅବସ୍ଥାରେ ଉମରକୋଟ ହସ୍ପିଟାଲ୍ କୁ ଆଣିଥିଲେ। ତେବେ ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି। ରାକେଶ ର ମର ଶରୀର ବର୍ତ୍ତମାନ ଉମରକୋଟ ହସ୍ପିଟାଲ୍ ରେ ଅଛି, ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ।

You may have missed