April 25, 2026

କୋଟଗଡ଼ ହିଲ ସାଇଡ ପାର୍କରେ ଉଦ୍ଘାଟିତ ହେଲା ମ୍ୟୁଜିକାଲ ଫଉଣ୍ଟେନ।

IMG-20240608-WA0150
Share

ବୋଲଗଡ଼,(ଉପାନ୍ତ ଖବର): ରାଜସୁନାଖଳା ନିକଟସ୍ଥ ଜନ ସାଧରଙ୍କ ଆକର୍ଷିତ କରୁଥିବା ପ୍ରମୁଖ କୋଟାଗଡ ପାର୍କ । ବହୁ ଜନସମା ଗମ କୁ ଦୃଷ୍ଟିରେ ରଖି ଶୁକ୍ରବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି ମ୍ୟୁଜିକାଲ ଫଉଣ୍ଟେନ। ସଙ୍ଗୀତ ଓ ଆଲୋକର ତାଳେ ତାଳେ ଝରି ଉଠୁଛି କୃତିମ ଝରଣା। ଏହାକୁ ଉଦ୍ଘାଟନ କରିଛନ୍ତି କୋଟଗଡ ପାର୍କର ଅଧ୍ୟକ୍ଷ ହେମନ୍ତ କୁମାର ସାହୁ। ସମ୍ମାନୀତ ଅତିଥି ଭାବେ ଓଡିଆ ସିନେ କଳାକାର ଓ କଣ୍ଠଶିଳ୍ପୀ ପ୍ରମୁଖ ଯୋଗଦେଇଥିଲ । ଏହି ଉଦଘାଟନି ସମରାହରେ ହଜାର ହଜାର ଜନସଧାରଣଙ୍କ ମନରଞ୍ଜନ ପାଇଁ ଭୁବନେଶ୍ବର ସ୍ଥିତ ଏକ ମେଲୋଡି କାର୍ଯକ୍ରମ କରାଯାଉଥିଲା। ମନୋରଞ୍ଜନ ପାଇଁ ଦର୍ଶକ ମାନେ ଭରପୂର ଉପଭୋଗ କରିଥିଲେ। ପାର୍କ ସଂସ୍ଥା ପକ୍ଷରୁ ଲୋକ ମାନଙ୍କ ପାଇଁ ବିଧିବଧ ସୁବିଧା ଯୋଗାଇ ଦିଆଯାଇଥିଲା। ଏଥିରେ ଦିବ୍ୟଙ୍ଗ ମାନଙ୍କ ପାଇଁ ଟିକେଟ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଥିଲା। ଏଥିରେ ପାର୍କ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ପାର୍କକୁ ନେଇ ସ୍ଥାନୀୟ ଅଞ୍ଚଳରେ ମନରଞ୍ଜନ କ୍ଷେତ୍ରରେ ଚର୍ଚ୍ଚା ଜୋର ଧରିଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।