September 18, 2026

ଡ଼ଙ୍ଗରିଆଙ୍କ ଜୀବନ ଜୀବିକା ଯୋଗାଇଛି,ଆମ୍ବସଢା ଓ ଚୋମ୍ପେତ ..

IMG-20240608-WA0154
Share

କଲ୍ୟାଣସିଂହପୁର -୭/୬ (ନିପ୍ର)ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସେଲି ପଞ୍ଚାୟତ ନୀୟମ ଗିରି ପାହାଡ଼ ଉପରେ ବସ ବାସ କରି ଆସୁଥିବ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନଙ୍କ ଜୀବନ ଜିଇଁବାରେ ଆମ୍ବସଢା ଓ ଚୋମ୍ପେତ ଏକ ବିଶେଷ ଭୂମିକା ନେଇଛି ।ଗ୍ରୀଷ୍ମ ଋତୁରେ ପାଚିଲା ଆମ୍ବ ନିୟମଗିରି ପାହାଡ଼ ଉପରରୁ ସଂଗ୍ରହ କରି ତାର ରସରେ ଆମ୍ବସଢା ପ୍ରସ୍ତୁତ କରି ଡ଼ଙ୍ଗରିଆ କନ୍ଧମାନଙ୍କ ଅନେକ ପରିବାର ଚଳିଆସୁଛନ୍ତି । ସାଧାରଣତଃ ପାଚିଲା ଆମ୍ବ ଅଳ୍ପ ଦିନରେ ନଷ୍ଟ ହୋଇଯାଉଥିଲାବେଳେ ଆମ୍ବ ସଢା ବର୍ଷ ବର୍ଷ ଧରି ସୁରକ୍ଷିତ ରହିଥାଏ । ଡ଼ଙ୍ଗରିଆ ଆଦିବାସୀମାନେ ଆମ୍ବସଢାକୁ ବର୍ଷ ସାରା ନିଜେ ଖାଇବା ସହିତ ହାଟ ଓ ବଜାରରେ ବିକ୍ରି କରି ଭଲ ଦି ପଇସା ଅର୍ଜନ କରନ୍ତି । ଉକ୍ତ ନିୟମଗିରି ପାହାଡ଼ ଅଞ୍ଚଳର ଲୋକମାନେ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିଥାନ୍ତି । ତେବେ ଜଙ୍ଗଲ ଅବକ୍ଷୟ ହେତୁ ପୂର୍ବ ଭଳି ଆଉ ରୋଜଗାର ହୋଇ ପାରୁନାହିଁ । ଏହା ସତ୍ତ୍ବେ ଆମ୍ବ ଡଙ୍ଗରିଆଙ୍କ ପାଇଁ ଜୀବନ ଜୀବିକା ଯୋଗାଇଛି ବୋଲି କହିଛନ୍ତି । ନିୟମଗିରି ପାହାଡ ରେ
ମହୁଲ, ପଣସ ଓ ତେନ୍ତୁଳି, ହଳଦୀ , ସପୁରୀ, ଲଙ୍ଗଲ କନ୍ଦା,ପରି ଆମ୍ବ ମଧ୍ୟ ଏମାନଙ୍କ ଆର୍ଥିକ ମାନଦଣ୍ଡକୁ ମଜଭୁତ କରିବାରେ ସହାୟକ ହୋଇଥାଏ । ଆମ୍ବ ସବୁ ସଂଗ୍ରହ କରିବା ପରେ ଭଲଭାବେ ଧୋଇ ସଫା କରାଯାଏ । ପରେ ଭଲ ଭାବରେ ଚିପୁଡ଼ି ଏଥିରୁ ରସ ବାହାର କରାଯାଏ । ବାଉଁଶ ଡାଙ୍ଗରା, କୁଲା , ଥାଳିରେ ତେଲ ବୋଳି ପ୍ରାୟ ତିନି ଚାରି ଦିନ ତା ଉପରେ ଆମ୍ବ ରସ ଢାଳିବା ପରେ ଦୁଇ ତିନି ଦିନ ଟାଣ ଖରାରେ ସୁଖାଇବା ପରେ ପ୍ରସ୍ତୁତ ହୋଇଥାଏ ଆମ୍ବସଢା । ଉକ୍ତ ନିୟମଗିରି ପର୍ବତର ଲୋକମାନେ ଆମ୍ବକୁ ନିଜେ ବିକ୍ରି କରିବା ସହିତ ବେପାରୀମାନଙ୍କୁ ଦେଇଥାନ୍ତି । କଲ୍ୟାଣସିଂହପୁର ଓ ମାଝୀଗୁଡା ସାପ୍ତାହିକ ହାଟକୁ ନେଇ ମଧ୍ୟ ବିକ୍ରି କରିଥାନ୍ତି । ତେବେ ଆମ୍ବସଢାର ମୂଲ୍ୟ କିଲୋ ପିଛା ବର୍ତ୍ତମାନ ୬୦ ଟଙ୍କା ରହିଥିବା ବେଳେ ଚୋମ୍ପେତର ମୂଲ୍ୟ କିଲୋ ପିଛା ୪୦ ଟଙ୍କା ରହିଛି। ତେବେ ଏପରିକି ଏହାକୁ ବଡ଼ ବଡ଼ ବେପାରୀମାନେ ମଧ୍ୟ କିଣି ଓଡ଼ିଶା ବ୍ୟତୀତ ଆନ୍ଦ୍ରପ୍ରଦେଶ, ଛତିଶଗଡ଼ ଭଳି ବାହାର ରାଜ୍ୟକୁ ପଠାଇଥାନ୍ତି ।

You may have missed