August 18, 2026

ଓଡ଼ଇା ଭାଷା ଅାନ୍ଦୋଳନ ପକ୍ଷରୁ ରେଳ ଷ୍ଟେସନ ସମ୍ମୁଖରେ ଟ୍ରେନ ଦୁର୍ଘଟଣା ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

IMG-20230608-WA0013
Share

 

ବ୍ରହ୍ମପୁର,8/6-ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଓଡ଼ିଶା ଭାଷା ଅାନ୍ଦୋଳନ ପକ୍ଷରୁ ବାଲେଶ୍ୱର ଜିଲାର ବାହାନଗ ଠାରେ ସଂଗଠିତ ରେଳ ଦୁର୍ଘଟଣାରେ ଶତାଧିକ ମୃତକଙ୍କ ପ୍ରତି ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଏକ ଶୋକସଭା ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣାଙ୍କ ପୌରୋହିତ୍ୟରେ ଦୀପଜାଳି ସ୍ବର୍ଗତ ଅାତ୍ମାର ସଦଗତି ଅାଶୁ ଅାରୋଗ୍ୟ କାମନା କରାଯାଇଥିଲା ସହଯୋଗ କରିଥିଲେ ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ ଓ ସଂସ୍କାରବାଦୀ ସଂଗଠନ

ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଶାନ୍ତ କୁମାର ଶତପଥୀ, ବୃନ୍ଦାବନ ଖଟେଇ, ଅଶୋକ ଦଳାଇ, ସମୀର କୁମାର ଅାଚାର୍ଯ୍ୟ, ଶିବ ପ୍ରସନ୍ନ ମିଶ୍ର, ଏସ. ଶାମ୍ବଶିବ ରାଓ, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ସନ୍ତୋଷ କୁମାର ମହାନ୍ତି, ପଙ୍କଜ କୁମାର ନାୟକ, ବିଜୟ କୁମାର ବିଷୋୟୀ, ବିଜୟ ଚନ୍ଦ୍ର ଚୌଧୁରୀ, ରାମେଶ୍ୱର ଶତପଥୀ, କାମରାଜୁ ମହାରଣା, ପ୍ରଭାତ କୁମାର ମିଶ୍ର, ଡ଼. ଭଗବାନ ଗନ୍ତାୟତ, ସଞ୍ଜୟ କୁମାର ମାଝି, ନିରଞ୍ଜନ ସାହୁ, ଷ୍ଟେଶନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମା, ମୁଖ୍ୟ ଟିକଟ ନିରୀକ୍ଷକ ବସନ୍ତ କୁମାର ଶତପଥୀ, ବୃନ୍ଦାବନ ବେହେରା, ଶଙ୍କର୍ଷଣ ଭଞ୍ଜ, ବିଶ୍ୱନାଥ ସାହୁ, ଇନ୍ଦିରା ପ୍ରିୟଦର୍ଶନୀ ସୁବୁଦ୍ଧି, ଡ଼ି. ସୁନୀତାରାଣୀ, ଏ. ସୁଜାତା, ପୁଷ୍ପ ଧଳ, ଅାରପିଏଫ ଅଟୋରିକ୍ସା ଚାଳକ ସଂଘ, ସହରର ବୁଦ୍ଧିଜୀବୀ ପ୍ରମୁଖ ଯୋଗଦାନ କରିଥିଲେ ସ୍ବତନ୍ତ୍ର ଭାବେ ରେଳ ଷ୍ଟେଶନର ଇଞ୍ଜିନିୟର ଷ୍ଟାଫ ସାମିଲ ହୋଇଥିଲେ

You may have missed