April 24, 2026
ajiro khabar
Share

 

 

୧-କେନ୍ଦୁଝର: ଆକାଶରୁ ବର୍ଷିଲା ଅଧକେଜିଆ,କେଜିଖିଆ କୁଆପଥର,କଣା କରିଦେଲା ଛପର,ଘର ଫସଲ ନଷ୍ଟ,ତହସିଲ ଘେରାଉ କଲେ ଲୋକେ।

 

୨-ଇରାନରେ ଭୟଙ୍କର ଆକ୍ରମଣ,ରେଲ ଭିତ୍ତିଭୂମି ଉପରେ ଏୟାର ଷ୍ଟ୍ରାଇକ,ତମାମ ସଭ୍ୟତା ଧ୍ବଂସ କରିଦେବୁ: ଟ୍ରମ୍ପ

 

୩-ବ୍ରହ୍ମପୁର: ଅନଲାଇନ୍ ଟ୍ରେଡିଂ;୧୩୦୦ ପାଇଲେ,୨୦ ଲକ୍ଷ ବୁଡ଼ି ଗଲା, ଥାନାରେ ହେଲା ଅଭିଯୋଗ।

 

୪-କୋରାପୁଟ/ଦିଗପହଣ୍ଡି: ଷଷ୍ଠ ,ସପ୍ତମ ଶ୍ରେଣୀରେ ପଢ଼ୁଥିବ ପିଲା, ପାଣିରେ ବୁଡ଼ି ୪ ମୃତ।

 

୫-ପୁରୀ:ଆଜିଠୁ ପୁଣି ରତ୍ନଭଣ୍ଡାର ଗଣତିମଣତି, ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ।ରାତିରେ ଝଲସିବ ଶ୍ରୀମନ୍ଦିର, ୧୮ କୋଟି ଖର୍ଚ୍ଚରେ କରାଯିବ ସ୍ବତନ୍ତ୍ର ଆଲୋକୀକରଣ।

 

୬-ଏପ୍ରିଲ ୨୦ରେ ପଡିବ ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀମନ୍ଦିର ପାଇଁ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ।

 

୭-ବିଜେଡିରେ ଏବେ ଚାଲିଛି ସସପେଣ୍ଡ ପର୍ବ , ସେପଟେ ଅଡ଼ୁଆରେ ପଡ଼ିବା ନେଇ ଆଶଙ୍କାରେ ବିଜେପି।

 

୮-ଭୁବନେଶ୍ୱର:ଛିନତାଇ ଗ୍ୟାଙ୍ଗର ବଣ୍ଟି ଓ ବବଲି ଗିରଫ, ସ୍ତ୍ରୀ କରୁଥିଲା ଟାର୍ଗେଟ, ସ୍ବାମୀ ଝାମ୍ପୁଥିଲା ସୁନା ଚେନ୍।

 

୯-ଭୁବନେଶ୍ୱର:ଧରାପଡ଼ିଲା କୁଖ୍ୟାତ ଗାଡ଼ି ଠକ, ପୁରୁଣା ଗାଡ଼ି କିଣା ବିକା ଆଳରେ ୫ କୋଟି ଟଙ୍କା ଠକେଇ।

 

୧୦-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ,ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ, ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ କଲେ ଆଲୋଚନା

 

୧୧-ଭୁବନେଶ୍ୱର:ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।

 

୧୨-ରାଉରକେଲାରେ ଗ୍ୟାସ୍ କଳାବଜାରୀ; ଗ୍ୟାରେଜ୍‌ ଭିତରୁ ୧୬୦ରୁ ଅଧିକ ଘରୋଇ ଓ କମର୍ସିଆଲ୍ ସିଲିଣ୍ଡର ଜବତ।

 

୧୩-ବାରଙ୍ଗ, ପଦ୍ମନାଭ ଛକ:ପୁଣି ଆମ ବସ୍ ଦୁର୍ଘଟଣା; ହାଇୱାକୁ ପଛରୁ ଦେଲା ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।

 

୧୪-ବିଜେଡ଼ି ବିରାଟ ଦଳ, ଜଣେ ଗଲେ ଦଶ ଆସିବେ: ପ୍ରମିଳା ମଲ୍ଲିକ

 

୧୫-ଗୋ-ମାଫିଆଙ୍କୁ ନିସ୍ତାର ନାହିଁ; ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜର ୩୨ଟି ସ୍ଥାନରେ ପୁଲିସର ଚଢ଼ାଉ ଜାରି।

 

୧୬-ଗୁଆହାଟୀ: ମୁମ୍ବାଇକୁ ୨୭ ରନ୍ ରେ ହରାଇଲା ରାଜସ୍ଥାନ। ବର୍ଷା ଯୋଗୁଁ ୨ଘଣ୍ଟା ୪୦ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା ଖେଳ।

 

୧୭-IPL ବନ୍ଦ କରିବାକୁ ମାଡ୍ରାସ ହାଇକୋର୍ଟରେ ଯାଚିକା, ବିଚାରପତି କହିଲେ ‘ମ୍ୟାଚର ମଜା ନିଅ’।ଯାଚିକା ଖାରଜ।

 

୧୮-ଆଜି ଦିଲ୍ଲୀ -ଗୁଜୁରାଟ ମଧ୍ୟରେ ହେବ ମୁକାବିଲା। ଫିଟ୍ ଗିଲ୍ ଫେରିବେ।

 

୧୯-ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ: ଇରାନ ଅର୍ଥନୀତିର ମେରୁଦଣ୍ଡ ଦୋହଲିଲା, ବିଶ୍ୱବ୍ୟାପୀ ତୈଳ ସଙ୍କଟର ଆଶଙ୍କା ଓ କୁମ୍ଭୀର ଛଡାଯିବ, ଭୟରେ କେହି ପଶିବେନି।

You may have missed