ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କ ନିଯୁକ୍ତି

IMG-20260408-WA0033
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଓଡିଶା ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟରେ ଏଗାରଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କ ନାମ ଘୋଷଣା କରାଯାଇଥିବାବେଳେ, ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ଡ. ପୱନ ଅଗ୍ରୱାଲ ନିଯୁକ୍ତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ରେ ୧୯୬୪ ମସିହାରେ ଜନ୍ମିତ ଡ. ଅଗ୍ରୱାଲ, ଭବାନୀପାଟଣା ସରକାରୀ ମହାବିଦ୍ୟାଳୟ(ବର୍ତ୍ତମାନ ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ)ରେ, ବିଜ୍ଞାନରେ ଇଣ୍ଟର ମିଡିଏଟ ପଢ଼ିବା ପରେ,୧୯୮୫ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ବି.ଏସ. ସି(ଏଗ୍ରୋ) ଶିକ୍ଷା ଗ୍ରହଣ କରିବାପରେ, ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରେ ଏମ.ଏସ.ସି (ଉଦ୍ଭିଦ ପ୍ରଜନନ) ଓ ୧୯୮ ୯ ମସିହାରେ ପି.ଏଚ.ଡ଼ି ହାସଲ କରିଥିଲେ। ଏହାପରେ ହାଇଦ୍ରାବାଦ ଓ କଟକର ଧାନ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ ସଫଳତାର ସହ କାର୍ଯ୍ୟ କରିବାପରେ, ଓଡିଶା କୃଷି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟରେ କୁଳପତି ଭାବରେ ନିଯୁକ୍ତି ପାଇବା ନେଇ ଖବର ପ୍ରଚାରିତ ହେବାପରେ ସମଗ୍ର ଜୁନାଗଡ଼ ଅଞ୍ଚଳରେ ଖୁସିର ଲହର ଖେଳି ଯାଇଥିବାବେଳେ,ସମଗ୍ର କଳାହାଣ୍ଡି ଜିଲ୍ଲାରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବୁଦ୍ଧିଯିବି ମାନେ ଡ. ଅଗ୍ରୱାଲଙ୍କୁ ଶୁବେଛା ଜଣାଇଛନ୍ତି।