April 23, 2026

ସକାଳ ହେଉ ଅବା ସଂଧ୍ୟା, ଆମ ଓଡ଼ିଆଙ୍କର ପ୍ରିୟ ଜଳଖିଆ ବରା

IMG-20260408-WA0038
Share

 

ବୋଲଗଡ଼,୮/୪(ସୁଶାନ୍ତ କୁମାର ପ୍ରଧାନ):ବରା ର ପରମ୍ପରା,ତାହାର ସ୍ୱାଦ ଓ ଓଡ଼ିଆ ସଂସ୍କୃତିରେ ତାହାର ଗୁରୁତ୍ବ କାହିଁ କେଉଁ କାଳରୁ ରହି ଆସିଛି। ବିଶେଷ କରି ଢେଙ୍କାନାଳ ଜିଲ୍ଲାରେ ବରା ପାଇଁ ପ୍ରସିଦ୍ଧ ହୋଇଥିଲେ ମଧ୍ଯ ଆମ ରାଜ୍ୟର ପ୍ରତି ଜିଲ୍ଲାର ଲୋକଙ୍କର ବରା ର ଚାହିଦା ରହିଛି। ସକାଳ ହେଉ କି ସନ୍ଧ୍ୟା, ଆମ ଓଡ଼ିଆଙ୍କ ଜଳଖିଆ। ଅଦା, ଭେରୁଶୁଙ୍ଗାପତ୍ର,ଧନିଆପତ୍ର,ପିଆଜ ଓ ଜିରା, ବିଟଲୁଣ ମିଶା ବରା ର ସ୍ୱାଦ କିଛି ଅଲଗା। ଗରମଗରମ ବରା ମୁସୁମୁସିଆ… ପାଟିକୁ ଭାରି ସୁଆଦିଆ। ସକାଳ ଓ ସନ୍ଧ୍ୟା ହେଲେ ମନ ପଡେ ଆମର ପ୍ରିୟ ଜଳଖିଆ ବରା ଓ ଘୁଗୁନି । କେବଳ ଓଡ଼ିଆ ନୁହେଁ ଭାରତର ବିଭିନ୍ନ ସ୍ଥାନରେ ବି ପ୍ରତି ଲୋକଙ୍କ ପ୍ରିୟ ଖାଦ୍ୟ । ଗୋଟିଏ ପ୍ଲେଟ୍ ୪ଟା ବରାକୁ ତରକାରୀ ବାସ୍ ସେତିକି ହେଲେ ହେଲା । ଆଉ କିଛି ଦରକାର ନାହିଁ ।ପାଟିକୁ ଭାରି ସୁଆଦିଆ । ବରା ତ ସବୁଠି ମିଳେ, ସମସ୍ତଙ୍କ ବି ବହୁତ ପସନ୍ଦ । କିନ୍ତୁ ଢେଙ୍କାନାଳର ବରା ଟିକେ ନିଆରା

ଏଠିକାର ବରା ଖାଇବାକୁ ସମସ୍ତେ ପାଗଳ । ଚାଇନିଜ୍, ଫାଷ୍ଟଫୁଡ ଯୁଗରେ ବି ବରାର ସ୍ଥାନ ସ୍ୱତନ୍ତ୍ର । ବରା ଯଦି ଆଜି ବଞ୍ଚିଛି କେବଳ ଆମ ଓଡ଼ିଆଙ୍କ ପାଇଁ । ମୁସୁମୁସିଆ ବରା ସାଙ୍ଗକୁ ଗରମ ଗରମ ଘୁଗୁନି ଖାଇବାର ମଜା ଯିଏ ପାଇଛି ସେ କେମିତି ବା ଭୁଲିବ । ଏମିତିକି ଅନେକ ସ୍ଥାନରେ ବରା ସାଙ୍ଗକୁ ଆଳୁକଷା,କିମ୍ବା ବିଟଲୁଣ ମିଳେ।

ତେବେ ଏପ୍ରିଲ ୭ରେ ପ୍ରତିବର୍ଷ ବରା ଦିବସ ପାଳନ ହେଉଥିବାରୁ ଢେଙ୍କାନାଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏବଂ ଅନେକ ଜିଲ୍ଲାରେ ମଧ୍ୟ ବରା ଦିବସ ପାଳିତ ହୋଇଛି। ବିଶେଷ କରି ସୁଆଦିଆ ବରା ସହିତ ଘୁଗୁନି ଖାଇ ବେଶ ଧୁମ ଧାମରେ ବରା ଦିବସ ପାଳନ କରୁଛନ୍ତି ଢେଙ୍କାନାଳ ବାସୀ।

You may have missed