May 10, 2026
IMG-20250408-WA0045
Share

 

 

ପଡିଆବାହାଲ, (ରାଜାରାମ ଷଡ଼ଙ୍ଗୀ): ବାହାମ ଗାଁ ରେ ଆଜି ସନ୍ଧ୍ୟାରେ ପୁଣି ହାତୀଙ୍କ ବଢିଛି ବିତ୍ପାତ। ଆଜି ସନ୍ଧ୍ୟା ସାଢେ ୫ଟାରେ ଗୋଟିଏ କି ଦୁଇଟା ନୁହେଁ, ବରଂ ପାଞ୍ଚ ହାତୀ ପଲ ଏକାଠି ହୋଇ ପଶିଛନ୍ତି ଧାନ ବିଲରେ। ଚାଷୀ ଓ ବନ ବିଭାଗ ହାତୀ ଘଉଡ଼ାଇବାରେ ନୟାନ୍ତ ହେଲା ପରେବି ଗାଁ ମାଟି ଛାଡୁନି ହାତୀ। ଦିନକୁ ଦିନ ବାହାମ ପଞ୍ଚାୟତର ବାହାମ, ମାଳିମୁଣ୍ଡା, ଖଲିଆପାଲି, ବଡ଼ତୁରାଙ୍ଗ ଅଞ୍ଚଳରେ ହାତୀଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି। ଏହାର କୌଣସି ସ୍ଥାୟୀ ପ୍ରତିକାର ହେଉନଥିବାରୁ ବର୍ଷ ବର୍ଷ ଧରି ଏହି ଅଞ୍ଚଳର ଚାଷୀ କେବଳ କ୍ଷତିଗ୍ରସ୍ତ ହେଉନାହାନ୍ତି, ବରଂ ଧନ ଜୀବନରେ ଦେଖା ଦେଇଛି ବଡ଼ ବିପଦ। ଅଞ୍ଚଳବାସୀ ବି ସୁରକ୍ଷିତ ନୁହଁନ୍ତି। କାଳକ୍ରମେ ବାହାମ ପଞ୍ଚାୟତ ହାତୀଙ୍କ ଚରାଭୂଇଁ ପାଲଟିବାକୁ ଗଲାଣି। ଫଳରେ ଜନ ଅସନ୍ତୋଷ ବଢ଼ୁଥିବାରୁ ବନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ଏଦିଗରେ ଠୋସ ପଦକ୍ଷେପ ନେବାକୁ ଦାବି ହେଉଛି।