April 14, 2025

“ନୃତ୍ୟାଞ୍ଜଳି’ ଭକ୍ତି ରାସ ନୃତ୍ୟ ୨୦୨୫ ଅନୁଷ୍ଠିତ l

Share

ପଦ୍ମ ବିଭୂଷଣ ଗୁରୁ ସ୍ବର୍ଗତ କେଳୁ ଚରଣ ମହାପାତ୍ରଙ୍କ ୨୧ତମ ଶ୍ରଦ୍ଧାଞ୍ଜଳି ସଭା ଅବସରରେ ପୁରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ନୃତ୍ୟାଞ୍ଜଳି ଓ ଭକ୍ତି ରାସ ନୃତ୍ୟ ଉର୍ତ୍ସବ ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ମନୋଜ କୁମାର ରଥ, ପ୍ରଦ୍ୟୁମ୍ନ ମିଶ୍ର, ଚକ୍ରଧର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ l ଅତିଥି କଳାକାର ରୂପେ ବିଭୁଦତ୍ତ ଦାସ ସାଇ ଆରଧନା ଡ୍ୟାନ୍ସ ଗ୍ରୁପ ର କଳାକାରମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ପୁରୀ ଡ୍ୟାନ୍ସ ଏକାଡେମୀର କଳାକାରମାନେ ଦ୍ବିପମ ଜ୍ୟୋତି, ଶିବ ପଞ୍ଚକରମ ସହିତ ବିଭିନ୍ନ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ l ଅନୁଷ୍ଠାନ ପକ୍ଷରୁ କୋକିଳ ପ୍ରଭା ଦେବଦାସୀ ସମ୍ମାନ ରେ ବିଖ୍ୟାତ ଆନ୍ତରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ପ୍ରଜ୍ଞା ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା l ତନୁଶ୍ରୀ ପଣ୍ଡାଙ୍କୁ ସମୃଦ୍ଧି ସମ୍ମାନ, ବିଭଦତ୍ତ ଦାସଙ୍କୁ କ୍ରିଷ୍ଣାରାମ ଖୁଣ୍ଟିଆ ସମୃତ୍ତି ସମ୍ମାନ, ରଶ୍ମିତା ମହାରଣାଙ୍କୁ ନୃତ୍ୟାଞ୍ଜଳି ୨୦୨୫ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ