May 10, 2026

ଶ୍ରୀ ଶ୍ରୀ ଅନନ୍ତ ମହାବୀର ଙ୍କ ଜୟନ୍ତୀ ଅବସରରେ ପୁର ପଲ୍ଲୀ ଉତ୍ସବ ମୁଖର,

IMG-20250408-WA0039
Share

ଶ୍ରୀ ଅନନ୍ତ ମହାବୀର ଙ୍କ ତୃତୀୟ ବାର୍ଷିକ ଉତ୍ସବ ଖୁବ ଧୁମ ଧାମ ରେ ପାଳିତ ହୋଇ ଯାଇଥିବା ବେଳେ ଶତାଧିକ ପୁରୁଷ, ମହିଳା, ମାନସିକଧାରୀ ଶ୍ରଦ୍ଧାଳୁ ମାନେ କଳସ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରିଥିଲେ, ଘଣ୍ଟ ଘଣ୍ଟା, ବାଦ୍ୟ ଓ ହରିବୋଲ ହୁଳହୁଲି ରେ ପ୍ରକମ୍ପିତ ହେଉଥିଲା ଗଗନ ପବନ, ଆକର୍ଷଣୀୟ କଳସ ଶୋଭାଯାତ୍ରା ଏକ ଭାବମୟ ପରିବେଶ ସୃଷ୍ଟି କରୁଥିଲା,

ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ ନିମିଢ଼ି ଚାଲିଥିଲା ଏଭଳି ଏକ ଆଧ୍ୟାତ୍ମିକ ଉତ୍ସବ, ଉକ୍ତ କଳସ ଶୋଭାଯାତ୍ରା ଯାତ୍ରାକୁ ଅନୁଷ୍ଠାନିକ ଭାବେ ଆଗେଇ ନେଇଥିଲେ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମା ରାମଚଣ୍ଡୀ ୟୁଥ କ୍ଳବ ଆନୁକୂଲ୍ୟରେ ଏହାର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା, ଚର୍ତୁଥ ପ୍ରହର ନାମ ଯଜ୍ଞ, ସୂର୍ଯ୍ୟ ପୂଜା, ଗୋ ପୂଜା, ହନୁମାନ ଉପଚାର, ଅଭିଷେକ, ଶ୍ରୀରାମ ଚରିତ ମାନସ ପାରାୟଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ର ଆୟୋଜନ ମଧ୍ୟ କରାଯାଇଥିଲା, ଏଥିରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା, ପ୍ରତି ଛକ ରେ ଦହି ପଣା ର ଆସର ସାଙ୍ଗକୁ ପ୍ରସାଦ ସେବନ ର ସୁବ୍ୟବସ୍ଥା ମଧ୍ୟ କରା ଯାଇ ଥିଲା,

ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର