June 21, 2026

ଓଡ଼ିଶା କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

IMG-20250530-WA0003
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଥିବା ବୈଠକରେ ୫ ପ୍ରସ୍ତାବକୁ ମୋହର ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। AI ନୀତିକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

AIକୁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନିଆଯାଇଛି।

AI ଷ୍ଟାର୍ଟଅପ୍‌କୁ ଗୁରୁତ୍ବ ଦିଆଯିବ। AIକୁ ପ୍ରୋତ୍ସାହନ ଦେବାକୁ ଭିତ୍ତିଭୂମି ସୁଦୃଢ଼ ହେବ।

ସେହିପରି ଢେଙ୍କାନାଳ ଜଲ୍ଲା ଯୋରନ୍ଦା ମହିମା ଗାଦିରେ ଶୂନ୍ୟ ମଣ୍ଡପର ନିର୍ମାଣ କରିବାକୁ ନିଷ୍ପତ୍ତି। ୧୭୧ କୋଟି ଟଙ୍କା ଖର୍ଚ୍ଚ ହେବ, ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରହିଛି।

ଜଟାଧାର ମୁହାଣରେ ନିଜସ୍ବ ଜେଟିର ସ୍ଥାପନ ହେବ। ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ହେବ ଚୁକ୍ତି। ଓଡ଼ିଶା ବେସାମରିକ ସେବା ପାଇଁ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ପୂର୍ବରୁ ବୟସ ସୀମା ୩୨ ବର୍ଷ ଥିଲା