ଗଜପତି:- ବାଲେଶ୍ୱର’ର “ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ” ପକ୍ଷରୁ ପାରଳା ର ସାହିତ୍ୟିକା ଓ ଶିକ୍ଷାବିତ୍ ଆଶାଲତା ପାଣିଗ୍ରାହୀ ସମ୍ମାନିତ ହେଲେ
ପାରଳାଖେମୁଣ୍ଡିର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ତଥା ବିଶିଷ୍ଟ ସାହିତ୍ୟିକା, ସମାଜସେବୀ ଓ ଶିକ୍ଷାବିତ୍ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କୁ ବାଲେଶ୍ୱର ଠାରେ “ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ” ପକ୍ଷରୁ ସମ୍ମାନିତ କରାଯାଇଛି ।
ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ “ବନ୍ଦେ ମାତରଂ” ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟପୂର୍ଣ୍ଣ ମହୋତ୍ସବରେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କୁ ତାଙ୍କର ସୃଜନଶୀଳ ପ୍ରତିଭା ଓ ନିଷ୍ଠା ଯୋଗୁଁ ତାଙ୍କୁ ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନ ପକ୍ଷରୁ ସମ୍ମାନୀତ କରାଯାଇଛି ।
ଶ୍ରୀମତୀ ପାଣିଗ୍ରାହୀ ପ୍ରଧାନଶିକ୍ଷୟତ୍ରୀ ପଦବୀରୁ ଅବସର ନେବା ପରେ ଦୀର୍ଘବର୍ଷ ଧରି ଶିକ୍ଷାଲୋକ ବଣ୍ଟନ, ଓଡ଼ିଆ ସାରସ୍ୱତ ସାହିତ୍ୟ, ଏବଂ ସର୍ବୋପରି ସମାଜ ସେବା କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ ତାଙ୍କ ସାଧନା ଜାରୀ ରକହିଛନ୍ତି । ସେହି କ୍ରମରେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କୁ ଜଣେ ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଏବଂ ସମାଜସେବୀ ଭାବରେ ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ଏହି ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଆଇ:ଟି:ଆର ର ନିର୍ଦ୍ଦେଶକ ଶ୍ରୀ କେ: ସୁରେନ୍ଦ୍ରନ, ଦିଲ୍ଲୀ ସ୍ଥିତ ଆଇ:ଆଇ:ଟି ବାୟୋ-ମେଡିକାଲ ବିଭାଗର ମୁଖ୍ୟ ଡଃ ତପନ କୁମାର ଷଡ଼ଙ୍ଗୀ ପ୍ରମୁଖ ମଞ୍ଚରେ ଶ୍ରୀମତୀ ପାଣିଗ୍ରାହୀଙ୍କୁ ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ପ୍ରକାଶଯୋଗ୍ୟ ଯେ, ବାଲେଶ୍ୱର
ଜିଲ୍ଲାର “ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନର ସାରସ୍ୱତ ଓ ସାଂସ୍କୃତିକ ଶାଖା ‘ବନ୍ଦେ ମାତରଂ’ ତରଫରୁ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଯେପରିକି ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ସେବା, ଦେଶ ମାତୃକାରସେବା କରି ଥିବା ସୈନିକ ତଥା ଶହୀଦ ପତ୍ନୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଶ୍ରୀମତୀ ଆଶାଲତା ପାଣଗ୍ରାହୀଙ୍କୁ ଵିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକା ତଥା ସମାଜସେବୀ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————
