June 21, 2026

ଉଭର ଲୋଡ୍ ହେଲା କାଳ  ଓଲଟି ପଡିଲା ମଟର ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଗଲେ ଚାଳକ,

IMG-20250530-WA0002
Share

 

ସୋର ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚପରପଦା ଛକ ନିକଟରେ ଏକ ମଟର ବୋଝେଇ ଟ୍ରକ ଓଲଟି ପଡିଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଡବ୍ଲୁ ବି ୦୫ ୮୭୧୬ ନମ୍ବର ବିଶିଷ୍ଟ ଏକ ଟ୍ରକ ମଟର ବୋଝେଇ କରି କଲିକତାରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ଏକ ପାଖିଆ ରାସ୍ତା କାରଣରୁ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ମଟର ରାସ୍ତାରେ ପଡିବା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଜାମ ରହିଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଓ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଜାମ ହଟାଇବା ସହିତ ମଟର ବସ୍ତା ଗୁଡ଼ିକୁ ମାଲିକ ସହାୟତାରେ ଅନ୍ୟ ଦୁଇଟି ଟ୍ରକରେ ସ୍ଥାନାନ୍ତର ପରେ ଟ୍ରକକୁ ଜବତ କରି ଥାନାରେ ରଖି ତଦନ୍ତ ଆରମ୍ଭ କରିଛି।