May 10, 2026

ବୁଗୁଡ଼ାରେ ବିଶ୍ବ ମହିଳା ଦିବସ ପାଳିତ 

IMG-20250308-WA0065
Share

 

ବୁଗୁଡ଼ା : ତା ୦୮/୦୩/୨୫ : ସ୍ଥାନୀୟ ବ୍ଲକ୍ ମିଶନ ଶକ୍ତି ଭବନ ପରିସରରେ ଆଇସିଡିଏସ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି । ସୁପରଭାଇଜର ଜି.ରଶ୍ମିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏଏନ୍ଏମ ରଶ୍ମିତା ପାଣି, ପିଏଚ୍ଓ ରଜନୀ ପୃଷ୍ଟି , ଅଞ୍ଚଳ ପରିଦର୍ଶିକା ସ୍ବର୍ଣମଣି ନାୟକ, ମମତା ସାଗର ଓ ଜାନକୀ ଦେବୀ ପ୍ରମୁଖ ଯୋଗ ଦେଇ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିବା ସହ ନାରୀ ଈଶ୍ବରଙ୍କ ପ୍ରଦତ୍ତ ଏକ ଅମୂଲ୍ୟ ସୃଷ୍ଟି ଏବଂ ସୁସ୍ଥ ସମାଜ ଗଠନରେ ପୁରୁଷର ନାରୀମାନଙ୍କ ପ୍ରତି ସମ୍ମାନବୋଧ ଏକ ପ୍ରଧାନ କାର୍ଯ୍ଯ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକାମାନଙ୍କ ସମେତ ଅଙ୍ଗନୱାଡି କର୍ମୀଗଣ ଏବଂ ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହିଥିଲା ବେଳେ ପରିଶେଷରେ ଅଙ୍ଗନୱାଡି କର୍ମୀ ସଂଯୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।