June 18, 2026

 ନେଟଙ୍ଗା ଗ୍ରାମରେ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ବୃକ୍ଷ ରୋପଣ….

peop
Share

ଭଂଜନଗର/ ବେଲଗୁଣ୍ଠା, ୮/୩/୨୦୨୪: ଆଜି ପବିତ୍ର ମହାଶିବରାତ୍ରୀ ପାଳନ ଅବସରରେ ନେଟଙ୍ଗା ବିଜେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ସ୍ଵାମୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ନେଟଙ୍ଗା ସବୁଜ ବାହିନୀ ଙ୍କ ମିଳିତ ସହଯୋଗରେ “ବନମହୋତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନେଟଙ୍ଗା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ସ୍ଵାମୀ ମନ୍ଦିର ପ୍ରାଙ୍ଗଣ ଓ ମନ୍ଦିର ପାର୍ଶ୍ୱରେ ବଉଳ କୋଳି, କରଞ୍ଜ, ବେଲ, ରକ୍ତ ଚନ୍ଦନ, ଅର୍ଜୁନ , ମନ୍ଦାର ଓ କ୍ରୋଟନ ଗଛ ଆଦି ରୋପଣ କରାଯାଇଛି। ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ପବିତ୍ର କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀ ରମା ବଲ୍ଲଭ ସ୍ଵାଇଁ, ମନ୍ଦିର ପରିଚାଳନା କମିଟି ସଭ୍ୟବୃନ୍ଦ, ମନ୍ଦିର କର୍ମକର୍ତ୍ତା, ନେଟଙ୍ଗା ସବୁଜ ବାହିନୀ ସଦସ୍ୟ ତଥା ସ୍ଵେଚ୍ଛାସେବୀ ମାଧବ ନାୟକ, ସୁଧୀର ନାୟକ, ରୁଦ୍ରନାରାୟଣ ପାତ୍ର, ଚିତ୍ତରଂଜନ …
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)