April 25, 2026

ବିଦ୍ୟାଳୟ ସ୍ତରୀୟ ଉତ୍ସବରେ ଆଲୁମିନି ସମ୍ବର୍ଦ୍ଧିତ….

pl0
Share

 


ବୋଲଗଡ଼, :ବୋଲଗଡ ଶିକ୍ଷା ବ୍ଲଳ ଅନ୍ତର୍ଗତ ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଆବାହକତ୍ୱ
ଓ ମୋ ସ୍କୁଲ କମିଟିର ସଭାପତି ସମ୍ବିତ ଭୂଷଣ ରାଉତରାୟଙ୍କ ପୌରୋହିତ୍ୟରେ ମୋ ସ୍କୁଲ ଅଭିଯାନର ବିଦ୍ୟାଳୟ ସ୍ତରୀୟ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ରୂପେ ସେବାନିବୃତ୍ତ
ବିଦ୍ୟାଳୟ ଅନୁ ନିରୀକ୍ଷକ ସାଧୁ ଚରଣ ମହାପାତ୍ର, ସମ୍ମାନିତ ଅତିଥି
ରୂପେ ଖଙ୍ଗୁରିଆ ଗ୍ରାମ ପଂଚାୟତ
ସମିତି ସଭ୍ୟା ତଥା ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷା ବିନୋଦିନୀ ଦତ୍ତ ଯୋଗ ଦେଇଥିଲେ
ସଭାପତି ଶ୍ରୀ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରି ଉତ୍ସବ ପାଳନର
ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ
ବିଦ୍ୟାଳୟ ପାଇଁ ଅର୍ଥ ଓ ଶ୍ରମ ଦାନ କରିଥବା ଆଲୁମିନି ଓ ବାଦାନ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା କରିଥିଲେ ।
ପୂର୍ବତନ ବିଦ୍ୟାର୍ଥୀ ପ୍ରଦାନ କରିଥିବା
ଅର୍ଥ ରାଶି ଓ ସରକାର ପ୍ରଦାନ କରିଥବା ମ୍ୟାଚିଙ୍ଗ ଗ୍ରାଣ୍ଟରେ ହୋଇଥିବା ପ୍ରକଳ୍ପ,୫ଟି ରୂପାନ୍ତରଣରେ ହୋଇଥିବା କାର୍ଯ୍ୟ
ସମେତ ଆସ୍ପିରେସନାଲ କରିକୁଲମ ଓ ହାଉସ ସିଷ୍ଟମ ବିଷୟରେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ବିଦ୍ୟାଳୟର ଶୈକ୍ଷିକ ଓ ଅଣ- ଶୈକ୍ଷିକ ଅଭିବୃଦ୍ଧି ବଜାୟ ରଖିବାକୁ ପ୍ରଧାନ ଶିକ୍ଷକଙ୍କୁ ପୂର୍ବପରି ସହଯୋଗ କରିବାକୁ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।
ସରକାରୀ କମ୍ପୁଟର ବିଦ୍ୟାଳୟକୁ
ନ ମିଳିଥିବାରୁ ସଂପୃକ୍ତ ଅଧିକାରୀଙ୍କୁ ଆବେଦନ କରିବାକୁ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ । ବୁଧବାର ଦିନ ସମ୍ମାନିତ ଅତିଥି ଶ୍ରୀମତୀ ଦତ୍ତ
ବୋଲଗଡ଼ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଉକ୍ତ ବିଦ୍ୟାଳୟ ପାଇଁ ପ୍ରାର୍ଥନା ଓ ସଭା ଗୃହ ନିର୍ମାଣ
ନିମିତ୍ତ ନିଜେ ପ୍ରସ୍ତାବ ଦେଇଥିବା କଥା ଅବଗତ କରିଥିଲେ । ବିଦ୍ୟାଳୟ ହତାରେ ଥିବା ଉଭୟ
ପଥର ଓ ବୋରିଂ କୂପର ଜଳ ପତ୍ତନ
ହ୍ରାସ ହୋଇଥିବାରୁ ପାନୀୟ, ଟଏଲେଟ ବ୍ୟବହାର ଓ ମଧ୍ୟାହ୍ନ ଭୋଜନ ରୋଷେଇରେ ସମସ୍ୟା ଉପୁଯିବାର ଦେଖି ଆଲୁମିନି ଏହାକୁ
ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାଳୟ ପାଇଁ ଶ୍ରମ ଓ ଅର୍ଥ ଦାନ କରିଥିବା ୨୦ ଜଣ ଆଲୁମିନି ଓ ବଦାନ୍ୟ ବ୍ୟକ୍ତିଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ପ୍ରଦତ୍ତ ଧନ୍ୟବାଦ ପତ୍ର ବଣ୍ଟନ
କରାଯାଇଥିଲା।ସେହିପରି ହରିରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ସୁବୁଦ୍ଧିଙ୍କ ଆବାହକତ୍ୱ ଏବଂ ମୋସ୍କୁଲ କମିଟି ସଭାପତି ନିରଞ୍ଜନ ନାୟକଙ୍କ ପୌରୋହିତ୍ୟରେ ୧୫ ଜଣ ଆଲୁମିନି ଓ ଵଦାନ୍ୟ ବ୍ୟକ୍ତିଙ୍କୁ ଅର୍ଥ ଓ ଶ୍ରମ ଦାନ ଯୋଗୁଁ ଉକ୍ତ ଧନ୍ୟବାଦ ପତ୍ର ପ୍ରଦାନ କରାଯାଇଥିଲା । ସଭାପତି
ଶ୍ରୀ ନାୟକ ପ୍ରକାଶ କରିଥିଲେ ଯେ
ପୂର୍ବତନ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଳୟ ସହ ଯୋଡିବାରେ ବିଦ୍ୟାଳୟଗୁଡିକରେ ବହୁ ପ୍ରକଳ୍ପ
ଗଢିଉଠିଛି ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ
ସାକାର ହୋଇଛି ।

( ସୁଶାନ୍ତ କୁମାର ପ୍ରଧାନ)

You may have missed