April 25, 2026

ବୁଗୁଡ଼ାଞ୍ଚଳ ମହାଶିବରାତ୍ରୀରେ ଚଳଚଞ୍ଚଳ, ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ…

siva ma
Share

ବୁଗୁଡ଼ା : ମହାଶିବରାତ୍ରୀ ଉପଲକ୍ଷେ ବୁଗୁଡା ଅଞ୍ଚଳର ବିଭିନ୍ନ ଶୈବପୀଠରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଜାଗର ଯାତ୍ରା ପାଳିତ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲସ୍ଥିତ ଜଗଦୀଶ୍ବର, ଗଙ୍ଗାଧରେଶ୍ବର , ମକରେଶ୍ବର, ବୁଦ୍ଧେଶ୍ବର ଓ ସିଦ୍ଧେଶ୍ବର ଆଦି ପଞ୍ଚ ଶମ୍ଭୁ ସମେତ କୈଳାସନଗରସ୍ଥ କୁବେରେଶ୍ୱର, ଭାମଶିଆଳିର ଗୁପ୍ତେଶ୍ଵର ଓ ଆମ୍ବିଳିଝରସ୍ଥ ଲୋକନାଥ ମନ୍ଦିର, ହରଶରଣପୁରସ୍ଥ ମୁକ୍ତେଶ୍ଵର ଓ ବୀରଧନଞ୍ଜୟପୁରସ୍ଥ ବାଲୁଙ୍କେଶ୍ବର ମନ୍ଦିର , ଗୋଲାମୁଣ୍ଡୁଳାର ଲୋକନାଥେଶ୍ବର , ଉଦୟପୁର ଗ୍ରାମର କପିଳେଶ୍ୱର, ବୁଗୁଡ଼ାର ସୋମନାଥ, ବାଲୁଙ୍କେଶ୍ବର ଓ କାଶୀ ବିଶ୍ବନାଥ ,ଗୋଲିଆର ଲଙ୍ଗଳେଶ୍ୱର,ବାଲିପଦରସ୍ଥିତ ନୀଳକଣ୍ଠେଶ୍ୱର ,ମାଣିତରାର କପିଳେଶ୍ୱର, ମାଣିକ୍ୟପୁର ଗ୍ରାମର ସିଦ୍ଧେଶ୍ଵର , ତାଳସାକର
ଗ୍ରାମସ୍ଥ ସତ୍ତ୍ବେଶ୍ବର, ମକରାପଲ୍ଲୀର ରାମେଶ୍ବର ,ମୁକୁନ୍ଦପୁର ଗ୍ରାମସ୍ଥ କପିଳେଶ୍ବର ସ୍ବାମୀ ,ଡେଙ୍ଗାବାଡିର ଭୋଳେଶ୍ବର., ପାଣିକେଶର ଗ୍ରାମର କପିଳେଶ୍ୱର , ଭଗବାନପୁର ଗ୍ରାମର ବାଲୁଙ୍କେଶ୍ଵର , ଭୋଗଡାର ଉମାଶଙ୍କର, ବେତାରସିଂର ସପ୍ନେଶ୍ଵର ସ୍ଵାମୀ,ଗୋଳାବନ୍ଧର ଲୋକନାଥ ସ୍ବାମୀ, ସୋଲଣ୍ଡିର ଭୁବନେଶ୍ଵର, ଖୋଳଖାଳିର ଗଙ୍ଗାଧର ସ୍ବାମୀ,ଚକରାପଲ୍ଲୀର ଗଙ୍ଗାଧର ସ୍ବାମୀ , ଏ.କରଡ଼ାବାଡ଼ିର ନୀଳକଣ୍ଠେଶ୍ବର , ବକ୍ସିପଲ୍ଲୀର ବିଶ୍ଵେଶ୍ବର, ସୋରଡର ବାଲୁଙ୍କେଶ୍ଵର , ଅରଖପୁରସ୍କ ତାଡେଶ୍ବର, ଅନ୍ତରପଡାର ରାମେଶ୍ବର, ସଦାଶିବପୁର ଗ୍ରାମସ୍ଥ ନୀଳକଣ୍ଠେଶ୍ବର ,ବେଠିଆବୋରଦାର ଲୋକନାଥେଶ୍ବର, କାନସୁକାର ରାମେଶ୍ବର, ଗୌତିଆବୋରଦାର ଲଙ୍ଗଳେଶ୍ଵର ଓ ଚରଣ କପିଳେଶ୍ୱର, ଗାନ୍ଧିନଗର ଗାଁର ନୀଳକଣ୍ଠେଶ୍ବର , ଡାକରଡାର ଚନ୍ଦ୍ର କଳ୍ପେଶ୍ବର , କଞ୍ଚୁରୁର ରାମେଶ୍ବର, ମାଣିବନ୍ଧ ଗାଁର ଜୁମ୍ବେଶ୍ୱର ,ପ୍ରତାପ ଧନଞ୍ଜୟପୁରସ୍ଥ ସକଳେଶ୍ବର , ବେଲପଡ଼ାର ବାବା ବିଶ୍ଵେଶ୍ୱର, କାଦପଡାର ଭୂବନେଶ୍ବର ସ୍ବାମୀ , ରାମଗଡର ମୁକ୍ତେଶ୍ଵର, ପୋଚାଲୁଣ୍ଡିର ଚନ୍ଦନେଶ୍ବର ,ପଙ୍କଳବାଡି ଓ ପାଙ୍ଗିଡ଼ି ଗ୍ରାମର ସପ୍ନେଶ୍ବର, କୁଶପଲ୍ଲୀର ଐଶନେଶ୍ବର, କୁଆଁନଳାର ଭୁକ୍ତେଶ୍ଵର ମନ୍ଦିର ସାଙ୍ଗକୁ ଅଞ୍ଚଳର ଅନ୍ୟାନ୍ୟ ଶିବ ମନ୍ଦିରରେ ଭକ୍ତିର ସହିତ କାଗର ଯାତ୍ରା ପାଳିତ ହୋଇଯାଇଥିବା ବେଳେ ଅଧିକାଂଶ ଶୈବପୀଠରେ ଭକ୍ତମାନଙ୍କ ଉଜାଗର ନିମିତ୍ତ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ଯଜ୍ଞ, ଭଜନ ସମାରୋହ ଓ ରାମାୟଣ ନାଟକ ଆଦି ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାଜାକଜମକରେ ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରାଯାଇ ଥିବାରୁ ପ୍ରତ୍ୟେକ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା ।

You may have missed